Odiapua.com

ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରଥମ ଥରକରି ଜଣେ ମହିଳାଙ୍କର ସଫଳତାର ସହିତ ବିରଳ ପ୍ଲାଷ୍ଟିକ ସର୍ଜରୀ

ମାଲକାନଗିରି,୧୧ା୮(ଓଡିଆ ପୁଅ ) ଭୟାବହ କରୋନା ମହାମାରି ସମୟରେ ଜିଲ୍ଲା ହସପିଟାଲରେ ପ୍ରଥମଥରକରି ଜଣେ ମହିଳାଙ୍କର ବିରଳ ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହିତ ଡାକ୍ତର ମାନେ କରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଏନଏସି କଲୋନିର ତାରକ ରାୟ ଓ ତାଙ୍କ ପତ୍ନୀ ତାରିଣୀ ଦୁଇଟି ପିଲା ଗତ କିଛି ମାସହେଲା ସୀମାନ୍ତ ସୁକୁମା ଜିଲ୍ଲାରେ ଚାଷବାସ କରି ରହିଆସୁଥିଲେ । ତାରକ ରାୟଙ୍କ ପତ୍ନୀ ତାରିଣୀ ରାୟ(୪୦)ଙ୍କର ବହୁଦିନ ହଲେ ତାଳିପେଟଟି ଅତ୍ୟଧିକି ଫୁଲିଯାଇ ତିନିଭାଗ ହୋଇ ବିକୃତ ଦିଶିବା ସହିତ ଯନ୍ତ୍ରଣା ହେଉଥିଲା । କରୋନା ପାଇଁ ସେ ଡାକ୍ତରଖାନା ଯାଇ ପାରୁନଥିଲେ । ଗତ କାଲି ତାଙ୍କର ଯନ୍ତ୍ରଣା ଅତ୍ୟଧିକ ବୃଦ୍ଧିପାଇବାରୁ ବାଧ୍ୟହୋଇ ଚିକିତ୍ସାପାଇଁ ମାଲାକାନଗିରି ଜିଲ୍ଲାହସପିଟାଲକୁ ଆଣି ଥିଲେ । ଡାକ୍ତର ସପନକୁମାର ଧିଣ୍ଡା ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ମହିଳା ଙ୍କର ତଳିପେଟରେ ଚର୍ବିଜମି ଯାଇ ତାହା ତିନିଭାଗ ହୋଇଯାଇଛି । ତାଙ୍କର ପେଟ ଅପରେସନ କରାଯାଇ ଚର୍ବି ବାହାର କରାଗଲାପରେ ପେଟକୁ ପ୍ଲାଷ୍ଟିକ ସର୍ଜରୀ କରା ଯିବବୋଲି ମହିଳାଙ୍କ ସ୍ୱାମୀଙ୍କୁ ଡାକ୍ତର କହିଥିଲେ । ତାରକ ରାୟ ଅତ୍ୟନ୍ତ ଗରିବ ହୋଇଥିବାରୁ ଟଙ୍କା ଖର୍ଚକରି ବାହରକୁ ଯାଇ ପ୍ଲାଷ୍ଟିକ ସର୍ଜରୀ କରିବା ତାଙ୍କପକ୍ଷେ ସମ୍ଭବପର ନୁହଁ ବୋଲି ସେ କହିଥିଲେ । ଡାକ୍ତର ଧିଣ୍ଡା ତାରକ ରାୟଙ୍କୁ ସାହସ ଦେଇ କହିଥିଲେ ଏଠାରେ ହିଁ ପ୍ଲାଷ୍ଟିକ ସର୍ଜରୀ ମାଗଣାରେ ହେବ , ମାଲକାନଗିରି ସିଡିଓମଓ ଡା ମିଶ୍ର ଜଣେ ପ୍ଲାଷ୍ଟିକ ସର୍ଜରୀ ସର୍ଜନ ତୁମେ କିଛି ଚିନ୍ତାକରନାହିଁ, ଆମେ ସମସ୍ତେ ମିଶିକି ଚିକିତ୍ସା କରିବୁ । ଆଜି ସକାଳେ ସିଡିଏମଓ ଡା ଶକ୍ତିପ୍ରସାଦ ମିଶ୍ର,ଡାକ୍ତର ସପନକୁମାର ଧିଣ୍ଡା ଓ ଆନେଥେସିଆ ଡାକ୍ତର ନିହାର ରଂଜନ ତ୍ରୀପାଠୀ ଯନ୍ତ୍ରଣାଭୋଗୁଥିବା ମହିଳା ତାରିଣୀ ରାୟଙ୍କୁ ଓଟି କୁ ନେଇ ଅପରେସନ ଆରମ୍ଭ କରିଥିଲେ । ତାଙ୍କ ପେଟରୁ ପ୍ରାୟ୭ କିଲୋ ଓଜନର ଚର୍ବିବାହାରିଥିଲା । ତିନିଭାଗ ହୋଇଯାଇଥିବା ତଳିପେଟଟିକୁ ସଜାଡି ପୁଣି ଥରେ ଅପରେସନ କରିବା ପରେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ । ଦୀର୍ଘ ୪ ଘଟାଂ ଧରି ଅକ୍ଲାନ୍ତ ପରିଶ୍ରମକରି ଅପରେସନ ଓ ପ୍ଲାଷ୍ଟିକ ସର୍ଜରୀ ରେ ଡାକ୍ତର ମାନେ ସଫଳତା ଲାଭ କରିଥିଲେ,ତାରିଣୀଙ୍କ ପେଟରେ ଏହି ଚର୍ବିଗୁଡିକୁ ବୃଦ୍ଧିପାଇ ପେଟଟି ତିନିଭାଗ ହୋଇ ଦିନକୁ ଦିନ ବଢିଚାଲିଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ,ଅପରେସନ ପରେ ତାରିଣୀ ଏବେ ବିପଦ ମୁକ୍ତଅଛନ୍ତି, ସେ ସପୁଣ୍ଣ ର୍ଭାବେ ସୁସ୍ଥ ହୋଇ ଗଲାପରେ ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଯ୍ୟ କରି ଦିଆ ଯିବ ବୋଲି ଡାକ୍ତର ସପନକୁମାର ଧିଣ୍ଡା କହିଛନ୍ତି । ଜଣେ ଗରିବ ମହିଳା ପେଟରୁ ଅପରେସନକର ି ଚର୍ବି ବାହର କରି ତିନିଭାଗ ପେଟକୁ ସଜାଡି ସଫଳତାର ସହିତ ପ୍ଲାଷ୍ଟିକ ସର୍ଜରୀ କରି ପୁବ ର୍ାବସ୍ତାକୁ ଫେରାଇ ଆଣିଥିବାରୁ ଏହି ଡାକ୍ତର ଟିମ ଙ୍କୁ ମହିଳାଙ୍କ ସ୍ୱାମୀ ଓ ସହରବାସୀ ମାନେ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଛନ୍ତି । ସୁଚନା ଯୋଗ ଯେ କଟକ ବଡ ମେଡିକାଲର ପ୍ରଫେସର ଓ ପ୍ଲାଷ୍ଟିକ ସର୍ଜରୀ ସର୍ଜନ ଡାକ୍ତର ଶକ୍ତିପ୍ରସାଦ ମିଶ୍ର ମାଲକାନଗିରି ଜିଲ୍ଲାକୁ ନୂନତ ସିଡିଏମଓ ଭାବେ ବଦଳି ହୋଇଆସିଛନ୍ତି । ସେ ଜଣେ ଦକ୍ଷ ପ୍ଲାଷ୍ଟିକ ସର୍ଜରୀ ସର୍ଜନ ହୋଇଥିବାରୁ ଜିଲ୍ଲାରେ ପ୍ରଥମ ଥରକରି ସଫଳତାର ସହିତ ମହିଳାଙ୍କର ପ୍ଲାଷ୍ଟିକ ସର୍ଜରୀକରାଯାଇ ପାରିଛି । ମାଲକାନଗିରି ଜିଲ୍ଲାରେ କେବେ ବି ପ୍ଲାଷ୍ଟିକ ସର୍ଜରୀ କୌଣସି ରୋଗୀଙ୍କର କରାଯାଇନଥିଲା । ଏହା ପ୍ରଥମ ଓ ଏବଂ ସଫଳତାର ସହିତ ହୋଇପାରିଥିବାରୁ ସିଡିଓମଓ ଡାକ୍ତର ମିଶ୍ରଙ୍କ ସେବା ମନୋବୃତିକୁ ସହରବାସୀ ପ୍ରଶଂସା କରିଛନ୍ତି ।