Odiapua.com

ମାଲକାନଗିରି ଜିଲ୍ଲା ର ୩୦୬ଟି ଦୁର୍ଗମ ଗ୍ରାମରେ ମୋବାଇଲ ଟାଓ୍ୟାର ପ୍ରତିଷ୍ଟାସହତ ୪ଜି ସେବା ଯୋଗାଇଦିଆ ଯିବ

ମାଲକାନଗିରି,୮ା୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ଦୁର୍ଗମ ମାଓପ୍ରବଣ ଅଚଂଳରେ ଥିବା ୩୦୬ଟି ଗ୍ରାମରେ ବିଏସଏନଏଲ ମୋବାଇଲ ଟାଓ୍ୟାର ପ୍ରତିଷ୍ଟା ସହିତ ୪ଜି ନେଟଓ୍ୟାର୍କ ସେବା ଖୁବ ଶିଘ୍ର ଯୋଗାଇ ଦିଆଯିବ ବୋଲି ଏକ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ରରେଳ,ଯୋଗାଯୋଗ,ସଚାଂର ନିଗମ ଆଇଟି ମନ୍ତ୍ରୀ ଅଶ୍ୱନିବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ ସୁଚନା ଦେଇ ପ୍ରଥମ ପର୍ଯ୍ୟାୟରେ ୩୦ଟି ମୋବାଇଲ ଟାଓ୍ୟାର ପ୍ରତିଷ୍ଟା ପ୍ରକ୍ରିୟା କୁ ଉଦଘାଟନ କରିଛନ୍ତି । ମୋବାଇଲ ନେଟ ଓ୍ୟର୍କନଥିବା ଗାଁକୁ ଚିହ୍ନଟକରି ବିଏସଏନଏଲ ପକ୍ଷରୁ ସେବା ପ୍ରଦାନ ନିମନ୍ତେ କେନ୍ଦ୍ରସରକାର ଙ୍କ ପ କ୍ଷରୁ ଉଦଣ ଜାରି ରହିଛି,ଏହା ଦ୍ୱାରା ଅନେକ ଅପହଁଚ ଦୁର୍ଗମ ଇଲାକା ର ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଥିଲେ । ମାଲକାନଗିରି ଜିଲ୍ଲା ଟେଲିଫୋନ ଭବନଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଭିଡିଓ କନଫରେନ୍ସରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ବିଏସଏନଏଲ ବିଭାଗର ଅଧିକାରୀ ଙ୍କ ସହିତ ଅନ୍ୟାନ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଭର୍ଚୁଆଲ ମାଧ୍ୟମରେ ସିଧାସଳଖ ଭାବେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।