Odiapua.com

ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା

ମାଲକାନଗିରି,୧୫ା୭ (ଓଡିଆ ପୁଅ ) ରାଜ୍ୟ କ୍ରଡୀ ଯୁବବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିୟା ମାଲକାନଗିରି ଜିଲ୍ଲାଗସ୍ତରେ ଆସି ଦଳିୟ ନେତା ଓ କର୍ମୀଙ୍କ ସହିତ ସାଗଂଠାନିକ କାର୍ଯ୍ୟଉପରେ ଆଲୋଚନା କରିବାସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ କମିଟି ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ୨୦୨୦-୨୧ର ବିଭିନ୍ନ ଯୋଜନା ଓ ଜିଲ୍ଲା ଯୋଜନାର ବିବରଣି ଓ ୨୦୨୧-୨୨ ମସିହାର ଯୋଜନା ବ୍ୟୟଅଟକଳ ବିବରଣି ଜିଲ୍ଲା ଯୋଜନା ଅଧିକାରୀ ପାଠକରିଥିଲେ । ବିଶେଷ କରି ଜିଲ୍ଲାର ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ,ବିଦ୍ୟୁତ ସେବା,ମହିଳା ଓ ଶିଶୁ କଲ୍ୟାଣ,ମିଶନ ଶକ୍ତୀ,ଅନୁସୁଚିତ ଜନଜାତୀ ଓ ଜନଜାତୀ କଲ୍ୟାଣ,ଶିକ୍ଷା,ଗମନା ଗମନର ଉନ୍ନତି ସହ ଆଦି ଉନ୍ନୟନ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯିବା ସହିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହା ବ୍ୟତିତ ଏମଜିଏନଆରଇଏସ,ଏନଆରଏଲଏମ,ଡିଡିୟୁଜିକେଓ୍ୟାଇ, ପିଏମଜିଏସଓ୍ୟାଇ, ଆଇସିଡିଏସ,ଏ ନଏସଏପି,ପିଏମଏଓ୍ୟାଇ, ସ୍ୱଛଭାରତମିଶନ,ବିଆରଜିଏଫ, ଗ୍ରାମ୍ୟଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା,ଗ୍ରାମ୍ୟ ଉନ୍ନୟନ ଯୋଜନା, କୃଷିଉନ୍ନୟନ, ଜଳସେଚନ, ଗ୍ରାମ୍ୟଚଂଳ ରୋଜଗାର ଯୋଜନା,ଗ୍ରାମାଚଂଳ ପାନୀୟଜଳ,ବିଦ୍ୟୁତ ଯୋଜନା, ପରିବେଶ, ବିଜ୍ଞାନ ଓ ବୈଷୟିକ ଯୋଜନା,ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ସହିତ ଅନ୍ୟାନ ଉନ୍ନୟନ ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ସହିତ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ମାଲକାନଗିରି ବିଧାୟକ ଆଦିତ୍ୟମାଢି, ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ରବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲାପାଳ ବୀଶାଲ ସିଂ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟା.ଡିଏଫଓ ଯୋଗଦେଇ ଯୋଜନାଗୁଡିକର ସମିକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ,ସଭ୍ୟା ମାନଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ,ବିଡିଓ,ସଡିପିଓ, ନିବ ର୍ାଚିତ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ ।