Odiapua.com

ମାଲକାନଗିରି ଜିଲ୍ଲା ଭାଜପା ଦଳର ସାଂଗଠନିକ କାର୍ଯ୍ୟ: ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ

ମାଲକାନଗିରି, ୧୪ା୨(ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସ୍ତରୀୟ ଭାଜପା ଦଳର ସାଂଗଠନିକ କାର୍ଯ୍ୟ ଓ ଜିଲ୍ଲା, ବ୍ଲକସ୍ତରୀୟ କର୍ମକର୍ତା ଚୟନ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସଭାପତି ତଥ ବିଧାୟକ ଆଦିତ୍ୟମାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲାକୁ ରେଳଲାଇନ ସଂଯୋଗୀକରଣ, ବିଦ୍ୟୁତ ଉପଭୋକ୍ତାଙ୍କ ବିଲର ସମସ୍ୟା, ପ୍ରଧନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ନାମ ସଂଯୋଗ ନ ହେବା, ଜିଲ୍ଲାରେ ଡାକ୍ତର ପଦବୀ ଖାଲିଥିବା ସମସ୍ୟା, ଚାଷୀଙ୍କ ଧାନମଣ୍ଡିରେ ଧାନ ଉଠୁନଥିବା ସମସ୍ୟା, ମାଲକାନଗିରି ପୌରପରିଷଦ ପାନୀୟ ଜଳର ସମସ୍ୟା ଉପରେ ଆଲୋଚନା କରାଯିବା ସହ ଜିଲ୍ଲାର କାର୍ଯ୍ୟକାରିଣୀ ତାଲିକା ଘୋଷଣା କରାଯାଇ ସେମାନଙ୍କୁ ଦାଇତ୍ୱ ଦିଆ ଯାଇଥିଲା।

ଜିଲ୍ଲାସ୍ତର କମିଟିରେ ସଭାପତି ଆଦିତ୍ୟମାଢି, ଉପସଭାପତି ସୁବାଷପଡିଆମୀ, ସପନ ରାୟ, କମଲମଣ୍ଡଳ, ମୁନି ମାଡକାମି, ସୈଲେନ ବୈଦ, ସୁଲତା ମଣ୍ଡଳ, ସାଧାରଣ ସଂପାଦକ ଭାବେ ଅକ୍ଷୟବିଶ୍ୱାଳ, ଉତମରାୟ, ସପାଂଦକ ରତ୍ନାକର ପାଣିଗ୍ରାହୀ, ସୁରେଶ ମଣ୍ଡଳ, ସଜଂୟସରକାର, ପ୍ରମିଳାଦା, ହରବିଳାଶମଣ୍ଡଳ, ସୁଶିଳାମଣ୍ଡଳ, ସରସ୍ୱତୀ ନାୟକ, ଠାକୁର ଭକ୍ତମାଲି, ବେଣି କାର୍ତୁଲ.ବିଜେପି ଯୁବ ମୋର୍ଚା ସଭାପତି ସୁବ୍ରାଶୁଂସେଖର ସାହୁ, ମହିଳା ମୋର୍ଚାର ଦେବୀ ମାଢି, ଏସଟି ମୋର୍ଚାର ବନମାଳିବରଜା, ଏସସି ମୋର୍ଚାର କ୍ରାଷ୍ଣାକାନ୍ତ ମଲକି., କୃଷକ ମୋର୍ଚାର ଶ୍ରିଥିଧର ହାଲଦାର, ଓବିସି ମୋର୍ଚାର ବିଜୟ ମହାରଣା, ଲଘୁସଂପର୍ଦାୟ ମୋର୍ଚାର ଦୀଲିପ ଜୋଶେଫ ଙ୍କ ସହିତ ବିଭିନ୍ନ ମଣ୍ଡଳର ସଭାପତି ଚୟନ କରାଯାଇଛି। ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଗୁରୁତ୍ୱ ଦିଆ ଯାଇ ଆଗାମୀ ପୌର ନିର୍ବାଚନରେ ମାଲକାନଗିରି ପୌରପରିଷଦ ଓ ବାଲିମେଳା ବିଜ୍ଞାପିତ ଅଚଂଳ ପରିଷଦ ଯେପରି ତାଙ୍କ ଦଳଅକ୍ତିଆର କରିବ ସେଥିପର୍ତି ଗୁରୁତ୍ୱ ଦିଆ ଯାଇ ଆଲୋଚନା କରାଯାଇଥିଲା।