Odiapua.com

ମାଲକାନଗିରି ଜିଲ୍ଲା ବିଜେଡି କର୍ମୀ ସମ୍ମିଳନୀରେ ସରକାରଙ୍କର ଉନ୍ନୟନର ବାର୍ତ୍ତା ବଖାଣିଲେ ସାଂସଦ

ମାଲକାନଗିରି, ୨୨ା୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସ୍ତରୀୟ ବିଜେଡି ଦଳର କର୍ମୀସମ୍ମିଳନୀ ଆଡମ୍ବର ସହକାରେ ସତିଗୁଡା ଇକୋପାର୍କ ଠାରେ ଅନୁଷ୍ଟିତ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କର୍ମୀସମ୍ମିଳନୀ ଓ ବନ୍ଧୁମିଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଯୋଗଦେଇ ଏହି କର୍ମୀସମ୍ମିଳନୀ କୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି। ଶିଶୁଟିଏଓ ଜନ୍ମହେଲା ଠାରୁ ସେ ବୃଦ୍ଧହୋଇ ମଶାଣିକୁ ଗଲା ପର୍ଯ୍ୟନ୍ତ ରାଜ୍ୟସରକାର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରି ଲୋକାଭିମୁଖି ହୋଇଥିବାରୁ ଦୀର୍ଘ ବର୍ଷ ଧରି ବିଜେଡି ସରକାର ସାଧାରଣ ଜନାତାଙ୍କର ପ୍ରିୟ ଭାଜନ ହୋଇଛି। ସେହି ପରି ଚଳିତ ନିର୍ବାଚନରେ ରେ ଯେ ପରି ବିଜେଡି ସରକାର ଗଢିବ ସେ ନେଇ ରାଜ୍ୟସରକାରଙ୍କ ଉନ୍ନୟନ ମୂଳକ ବାର୍ତ୍ତା ବଖାଣିବା ସହିତ ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ, ଅଣଜଳ ସେଚିତ ଜମିକୁ ଜଳ ସେଚନର ବ୍ୟବସ୍ଥା, ଭୁମିହିନଙ୍କୁ ଜମି ପଟା, ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କହିଥିଲେ, ବିଜେଡି ଦଳକୁ ମଜଭୁତ କରି ଆଗାମି ନିର୍ବାଚନରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ଆସନରେ ବିଜୟ ହାସଲକରିବା ପାଇଁ କର୍ମୀମାନଙ୍କୁ ସାଂସଦ ସଚେତନତାର ବାର୍ତ୍ତାଦେଇଥିଲେ। ଏହି ଅବସରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟାକ୍ଷା ବିଜେଡ ମହିଳା ନେତ୍ରୀ ପଦ୍ମିନୀମୁଦୁଲି, ମାଲକାନଗିରି ବ୍ଲକଅଧ୍ୟକ୍ଷ ଅକ୍ଷୟକୁମାର ନାୟକ, ବିଜେଡି ଦଳର ବରିଷ୍ଟ ନେତା ଶରତବୁରୁଦା, ପୁର୍ବତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର, ଗୋପାଳ ପଣ୍ଡା, ପ୍ରିତିପାଲ ସିଂ, ଲମ୍ବଧର ତୁରୁକ, ରଥିକୃଷ୍ଣ ପାତ୍ର, ଇର୍ମା ପଡିଆମୀ, ବିଜୟ ମହାନ୍ତି, ଜଗବନ୍ଧୁ ପଡିଆରୀ, ଗଣେଶ ମଣ୍ଡଳ, ନିରୋଦମିସ୍ତ୍ରୀ, ଦହନା ଟାଙ୍ଗୁଲ, ସଦାନନ୍ଦ ଖରା, ସର୍ବଷୋୟୀ, ସହିତ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ।ମୁଖ୍ୟତ ମଧୁବାବୁ ପେନସନ ଯୋଜନା, କଳାକାରଭତା, ବାର୍ଦ୍ଦକ୍ୟଭତା, ଖାଦ୍ୟସୁରକ୍ଷା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ, ବିଜୁ ପକା ଗୃହ, ମେଧାବୃତି, ବିଜୁଯୁବ ସଶକ୍ତିକରଣ, କଳିଙ୍ଗ ଶିକ୍ଷା ସାଥୀ, ଗ୍ରାମୀଣ ବିଦ୍ୟୁତିକରଣ, ମିଶନ ଶକ୍ତି, ନିର୍ମାଣ ଶ୍ରମିକ ସହାୟତା, ଆମ ଏଲଇଡି, କାଳିଆ ଯୋଜନା, ଆଦି ସରାକରି ଯୋଜନା ସଂପର୍କରେ ମଚାଂସନି ଅତିଥି ମାନେ କହିଥିଲେ। ଏହି କର୍ମୀ ସମ୍ମିଳନୀ ଅବସରରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀସହ ସାତଟି ଯାକ ବ୍ଲକରୁ ପ୍ରାୟ ୨ହଜାରରୁ ଉର୍ଦ୍ଦ ବିଜେଡି, ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀକୁ ବିଜେଡି ବରିଷ୍ଟ ନେତା ଗୋପାଳ ପଣ୍ଡା ପରିଚାଳନାକରିଥିଲେ।