Odiapua.com

ମାଲକାନଗିରି ଜିଲ୍ଲା ବନବିଭାଗ ପକ୍ଷରୁ ବାଉଁଶ ଚାଷ ବୃଦ୍ଧିସଂପର୍କରେ କର୍ମଶାଳା

ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ଏକଦା ମାଲକାନଗିରି ଜିଲ୍ଲାବାଉଁଶ ବଣରେ ଭରପୁର ଥିଲା,ଜିଲ୍ଲାରୁ ଜୟପୁର ସେବାପେପର ମିଲ,ରାୟଗଡା ପେପରମିଲ ବାଉଁଶ ନେଇ କାଗଜ ତିଆରି କରୁଥିଲେ । ଧିରେ ଧିରେ ବାଉଁଶ ଜଙ୍ଗଲ ଧ୍ୱସଂ ଆଡକୁ ଗତିକରୁଥିବାରୁ ଜିଲ୍ଲାରେ ବାଉଁଶ ଚାଷର ବୃଦ୍ଧିପାଇଁ ଜାତୀୟ ବାମ୍ବୋମିଶନ ଦ୍ୱାରା ମାଲକାନଗିରି ଜିଲ୍ଲାର ଚାଷୀମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ଆଜି ମାଲକାନଗିରି ବନବିଭାଗ ସଭାଗୃହରେ ଡିଏଫଓ ପ୍ରଦୀପ ଦେବଦାଶ ମିରାସେ ଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଏହି କର୍ମଶାଳାରେ ଏସିଏଫଓ ଶ୍ରୀକାନ୍ତ ନାୟକ,ଜଗଦିଶ ପଟନାୟକ,ସମିରକୁମାର ତିରିକ,ମାଲକାନଗିରି ରେଜଂଅଫିସର ବାସୁଦେବ ନାୟକ ଙ୍କ ସହିତ କାଲିମେଳା, ବାଲିମେଳା, ଚିତ୍ରକୋଣ୍ଡା,ମାଥିଲି,ମୋଟୁ ରେଜଂଅଫିସର,ବନପାଳ, ବନରକ୍ଷୀ ଙ୍କ ସହିତ ବାଉଁଶ କାରିଗର ମାନେ ଉପସ୍ଥିତ ଥିଲେ , ଆଗ୍ରହୀ ପ୍ରତିଚାଷୀ ଙ୍କୁ ୨ହେକ୍ଟର ଜମିରେ ୮୩୪ଟି ଉନ୍ନତ ମାନର ବାଉଁସ ଚାରା ମାଗଣାରେ ଦିଆଯାଇ ସେଗୁଡିକ ଲଗାଇବା ଓ ରକ୍ଷାଣ ବେକ୍ଷାଣ ପାଇଁ ବନବିଭାଗ ପକ୍ଷରୁ ଅର୍ଥପ୍ରଦାନ କରାଯିବ । ଜିଲ୍ଲାର ସାତଟି ଯାକ ବ୍ଲକରେ ବାଉଁଶ ଗଛଲଗାଯାଇ ବାଉଁସ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାସହିତ ବାଉଁଶ ଜଙ୍ଗଲ ସୃଷ୍ଟିକରିବା ପାଇଁ ନିସ୍ପତି ନିଆଯାଇଛି,ଆଗ୍ରହୀ ଚାଷୀ ମାନେ ନିଜ ନିଜ ନାମ ପଜିଂକରଣ କରି ବାଉଁଶ ଜଙ୍ଗଲ ସୃଷ୍ଟି ଦିଗରେ ଆଗୋଇ ଆସନ୍ତୁ ବୋଲି ବନଖଣ୍ଡଅଧିକାରୀ ପ୍ରଦୀପ ମିରସେ ଏହି କର୍ମଶାଳାରେ କହିଛନ୍ତି ।ଶେଷରେ ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।