Odiapua.com

ମାଲକାନଗିରି ଜିଲ୍ଲା ପାଠାଗାରର ନୂତନ ଗୃହ ଉଦଘାଟନ

ମାଲକାନଗିରି,୧୪ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପାଠଗାର ର ନୂତନ ଗୃହ ପ୍ରବେଶ ଉତ୍ସବ କୋଭିଡ ନିୟମ ପାଳନ ସହ ଅନୁଷ୍ଟିତ ହୋଇଯାଇଛି । ଆଜି ସକାଳେ ସ୍ଥାନୀୟ ସଂସ୍କୃତି ଭବନଠାରେ ପୁରୁଣା ଆଦର୍ଶ ଡିଗ୍ରିକଲେଜ ପରିସରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ପାଠାଗାର ର ଶୁଭ ଉଦଘାଟନ କରିଛନ୍ତି । ଏହି ପାଠାଗାର ରେ ପାଠକ ମାନଙ୍କ ପାଇଁ ଓଡିଆ,ଇଂରାଜୀ,ହିନ୍ଦୀ ଭାଷାରେ ଗଳ୍ପ,ଉପନ୍ୟାସ,ପ୍ରବନ୍ଧ,ଇତିହାସ, ଧର୍ମଗ୍ରନ୍ଥ ସମସ୍ତପ୍ରକାର ପୁସ୍ତକ ଓ ପତ୍ର ପତ୍ରିକା ସହିତ ଦୈନିକ ,ସାପ୍ତାହିକ ଖବର କାଗଜ,ପାକ୍ଷି ଓ ମାସିକ ପତ୍ରିକା,ମାହାପୁରୁଷ ଙ୍କ ଜୀବନୀ ପଢିବାର ସୁବିଧା କରାଯାଇଛି । ପାଠକ ମାନଙ୍କ ସୁବିଧା ପଇଁ ଦୁଇଟି କୋଠରୀ ,ଶୌଚାଳୟ,ପାନୀୟ ଜଳ ବ୍ୟବସ୍ଥା ରହିଛି । ଏହି ଉଦଘାଟନୀ ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ସୂଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀ,ପୁବ ର୍ତନ ଓଡିଶା ସାହିତ୍ୟ ଏକାଡାମୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ଜିଲ୍ଲା ରେଡକ୍ରସ ଆବାହାକ ଅଧ୍ୟାପକ ଡ. ରଜଂନକୁମାର ସ୍ୱାଇଁ ,ସାମ୍ବାଦିକ ଶିବପ୍ରସାଦ କିର୍ତିନୀୟା ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନା ଲୋକସଂପର୍କ ବିଭାଗର ରଂଜନ କୁମାର ମହାନ୍ତି,ହରେକୃଷ୍ଣ କିର୍ତିନିୟ.ଜୋସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଚନା ଯୋଗ୍ୟ ଯେ ଏହି ଜିଲ୍ଲା ପାଠାଗାର ଟି ପୁବ ର୍ରୁ ସର୍କିଟ ହାଉସ ପରିସରରେ ଥିବା ଏକ ଛୋଟ କୋଠରୀରେ ଚାଲିଥିଲା । ସେଠାରେ ପାଠକ ମାନଙ୍କ ବସିବା ଓ ଅନ୍ୟାନ ସୁବିଧା ସୁଯୋଗ ନଥିବାରୁ ଜିଲ୍ଲାପ୍‌୍ରଶାସନ ର ଉଦ୍ୟମ କ୍ରମେ ଏହାକୁ ପୁରୁଣା ମଡେଲ ଡିଗ୍ରିକଲେଜ ପରିସର କୁ ସ୍ଥାନାନ୍ତରିତ କରାଯାଇ ଜିଲ୍ଲା ପାଠଗାରର ନୂତନ ଗୃହ କୁ ଜିଲ୍ଲାପାଳ ଉଦଘାଟନ କରିଛନ୍ତି ।