Odiapua.com

ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ମହିଳା ସମାରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ମାଲକାନଗିରି, ୧୩।୩ (ଓଡ଼ିଆ ପୁଅ) ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବିଜେଡି ପ୍ରାର୍ଥୀନୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ୧୫ଜଣ ଜିଲ୍ଲାପରିଷଦ ସଭ୍ୟସଭ୍ୟା ମାନେ ଜିଲ୍ଲାପରିଷଦ ସଭାଗୃହ ଉପସ୍ଥିତ ରହିଥିଲେ, ଜିଲ୍ଲାପାଳ ବିଶାଲ ସିଂ, ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଜିଲ୍ଳାପଞ୍ଚାୟତ ଅଧିକାରୀ ଯୁଗଳ କିଶୋର ନାୟକ, ଏପିଡ଼ି ମାନସ କୁମାର ମିଶ୍ର ଉପସ୍ଥିତି ରହି ବିଜୟୀ ସମସ୍ଥ ୧୫ଜଣ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟାମାନଙ୍କୁ ଶପଥ ପାଠ କରାଇବା ପରେ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋନ ୨ର ବିଜେଡି ଦଳର ବିଜୟୀ ପ୍ରାର୍ଥୀନୀ ସମାରୀ ତାଙ୍ଗୁଲୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦପାଇଁ ପ୍ରାର୍ଥୀ ପତ୍ରଦାଖଲ କରିଥିଲେ। ଅନ୍ୟକେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ସମାରୀ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲଙ୍କୁ ବିଜୟୀ ପ୍ରମାଣ ପତ୍ର ଦେବା ସହ ତାଙ୍କର ଓଥଟେକିଙ୍ଗ ନିର୍ବାଚନ ଅଧିକାରୀ କରିଥିଲେ।

ମାଲକାନଗିରି ଜିଲ୍ଲା ପରିଷଦ ର ୧୫ଟି ଜୋନ ମଧ୍ୟରୁ ୧୨ଟି ଜୋ ନ ରେ ବିଜେଡି ଦଳର ପ୍ରାର୍ଥୀମାନେ ବିଜୟ ହାସଲ କରି ଥିବାବେଳେ ମାତ୍ର ୨ ଟି ଆସନରୁ କଂଗ୍ରେସ ଦଳ ବିଜୟ ଲାଭ କରିଥିଲେ।

ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀନୀ ଭାବରେ ବିଜୟୀ ହୋଇଥିଲେ। ସ୍ୱାଭିମାନ ଅଞ୍ଚଳରୁ ପ୍ରଥମଥର ଜିଲା ପରିଷଦ ଅଧ୍ୟକ୍ଷା ହୋଇଥିବାରୁ ଚିତ୍ରକୋଣ୍ଡା ବ୍ଲକ ଓ ସ୍ୱାଭିମାନ ଅଞ୍ଚଳବାସୀ ଖୁସିହୋଇ ଯାଇଛନ୍ତି।

ପ୍ରଥମଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ପ୍ରାର୍ଥୀ ଦେଇ ମାଲକାନଗିରି ଜିଲା ବିକାଶ ତଥା ମୁଖ୍ୟତଃ ସ୍ବାଭିମାନ ଅଞ୍ଚଳ ବିକାଶର ଆଉ ଏକ ଫର୍ଦ ଯୋଡି ଦେଇଛନ୍ତି। ସେଥିପାଇଁ ଚିତ୍ରକୋଣ୍ଡା ତଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଘୋଷଣା ହେବାପରେ ଚିତ୍ରକୋଣ୍ଡା ବିଧାୟକ ପ୍ରର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ, ବିଜେଡି ଦଳର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ତ୍ରିପାଠୀ, ବିଜେଡି ବରିଷ୍ଠ ନେତା ଗୋପାଳ ପଣ୍ଡା, ନୃସିଂହ ଚରଣ ମହାନ୍ତି, ତପନ ସନା, ପ୍ରଫୁଲ କୁମାର ପଣ୍ଡା ପ୍ରମୁଖ ନେତା ଓ କର୍ମୀ ମାନେ ବିଜୟୀ ଅଧ୍ୟକ୍ଷା ସମାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଆତସବାଜି ଫୁଟାଇ, ବାଜାରୋଷଣୀରେ ବିରାଟ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ।