Odiapua.com

ମାଲକାନଗିରି ଜିଲ୍ଲା ପଡିଆ ଅଚଂଳର ଚାଷୀଘରର ବୋହୂ ପାଇଲେ ଓଏଏସ

ମାଲକାନଗିରି,୨୨ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ମସିହାପାଇଁ ତିନିଜଣ ଓଏଏସ ପାଇ ଜିଲ୍ଲାର ଟେକରଖିଛନ୍ତି । ସେମାନଙ୍କ ମଧ୍ୟରୁ ଦୁର୍ଗମ ମାଓପ୍ରବଣ ପଡିଆବ୍ଲକ ର ଜଣେ ଚାଷୀଘରର ବୋହୂ ୫୧ରେଙ୍କ ରେ ରହି ଓଏଏସ ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହାସଲକରିଛନ୍ତି । ପଡିଆ ବ୍ଲକସ୍ଥ  ବାପନପାଲି ପଚାଂୟତ ଏମଭି ୫୮ଗ୍ରାମର ନିରଜଂନ ରାୟ ଜଣେ ବେଙ୍ଗେଲି ସଂପ୍ରଦାୟର ଚାଷୀ, ତାଙ୍କ ପୁଅ ନିହାରରଜଂନ ରାୟ ମାଲକାନଗିରି ରେ ଶିକ୍ଷାଶେଷ କରି ଭୁବନେଶ୍ୱର ଠାରେ ସଫ୍ଟେଓର କମ୍ପାନିରେ ଚାକିରି କରିଥିଲେ ,ସେଠାରେ ମନିକା ନାମିଜଣେ ଯୁବତୀଙ୍କୁ ପ୍ରେମ ବିବାହକରି ନିଜ ଘରକୁ ନେଇ ଯାଇଥିଲେ । ମନିକା ନିଜ ଶାଶୁଘରେ ରହି କାମକରିବା ସହିତ ଭଲ ପାଠପଡି ବା ଦେଖି ସେ ଜଣେ ଶିକ୍ଷିତା ହୋଇଥିବାରୁ ତାଙ୍କୁ ଶଶୁରଘର ଲୋକେ ପୁଅ ସାଥିରେ ଭୁବନେଶ୍ୱର କୁ ପଠାଇଦେଇଥିଲେ । ସେ ଭୁବନେଶ୍ୱଠାରେ ବିଏସସି ପାସକରି ବୋୟାଟେକ୍ନୋଲୋଜିରେ ଅଧ୍ୟୟନ କରିଥିଲେ ।ସେ ଆଇଏସ ପରୀକ୍ଷା ରେ କୃତ କାର୍ଯ୍ୟହାସଲ କରି ନପାରିବାରୁ ସେ ଚଳିତବର୍ଷ ଓଏଏସ ପରୀକ୍ଷା ଦେଇ ୫୧ରେଙ୍କ ରଖି ସଫଳତା ପାଇଥିବାରୁ ତାଙ୍କ ଶାଶୁ ଶଶୁର ଓ ପରିବାର ଲୋକେ ଆନନ୍ଦିତ ହୋଇଯାଇଛନ୍ତି । କୋଠର ପରିଶ୍ରମ ଆତ୍ମବିଶ୍ୱସ ରଖିଲେ ସବୁକାମ ସଫଳ ହୋଇପାରିବ, ତାଙ୍କୁ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ଦିଆଗଲେ ସେ ଗରିବ ଅସହାୟ ପଛୁଆବର୍ଗ ଲୋକମାନଙ୍କ ସେବା କରିବେ ବୋଲି କହିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲିବ୍ଲକ ସାଲିମର ଜଣେ ହଲବା ଆଦିବାସୀ ସଂପ୍ରଦାୟର ଝିଅ ସନ୍ଧ୍ୟା,ମାଲକାନଗିରିର ପରଜା ସଂପ୍ରଦାୟର ଯୁବକ ନୀଳାଦ୍ରୀ ବିହାରୀ ଦାଢିଆ ମଧ୍ୟ ଓଏଏସ ପାଇ ଜିଲ୍ଲାପାଇଁ ଗର୍ବଆଣିଦେଇଛନ୍ତି ।