Odiapua.com

ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ମାଲକାନଗିରି, ୨୮/୧୨ (ଓଡ଼ିଆ ପୁଅ) ଆଜି ସକଳେ ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ଠାରେ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ କୋଭିଡ ନିୟମ ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର କଂଗ୍ରେସ ଦଳର ପତକା ଉତ୍ତୋଳନ କରିଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ପୁଷ୍ପାରାଣୀ କବାସୀ।କଂଗ୍ରେସ ନେତା ଜି ଶ୍ରୀନିବାସ ରାଓ, ଇର୍ମା ପଡ଼ିଆମୀ, ପଦ୍ମପାଙ୍ଗି, ପ୍ରଭାକର ପାଳ, ଛବି ଦାସ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ କିପରି ସଂଖ୍ୟା ଗରିଷ୍ଠତା ହାସଲ କରିବ ସେନେଇ ଆଲୋଚନା କରିଥିଲେ।