Odiapua.com

ମାଲକାନଗିରି ଜିଲ୍ଲାହସପିଟାଲର ସଫେଇ କର୍ମଚାରୀ ଦରମା ପାଇନଥିବାରୁ ଆନ୍ଦୋଳନ, ୬ଘଣ୍ଟା ଧରି ସଫେଇ କାମ ବନ୍ଦ, ରୋଗୀ ହନ୍ତଶନ୍ତ

ମାଲକାନଗିରି, ୧ା ୧୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସଦର ମହକୁମା ହସପିଟାଲରେ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ପ୍ରାୟ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ମାନେ ଦୁଇମାସ ହେଲା ଦରମା ପାଇନଥିବାରୁ ଆଜି ସକାଳ ୬ଟା ଠାରୁ ଦିନ୧୨ଟା ପର୍ଯ୍ୟନ୍ତ ହସପିଟାଲ ମୁଖ୍ୟଦ୍ୱାର ନିକଟରେ ଆନ୍ଦୋଳନ ଆରମ୍ଭକରିଦେଇ ଥିଲେ। ଯାହା ଫଳରେ କି ଦୀର୍ଘ ୬ ଘଣ୍ଟା ଧରି ହସପିଟାଲରେ ସଫେଇ କାମବନ୍ଦ ହୋଇ ଯିବାଦ୍ୱାରା ହସପିଟାଲରେ ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ। ରୋଗୀଙ୍କ ଶଯ୍ୟା ଓ ହସପିଟାଲ ପରିସରରେ ଅଇଳା ଆବର୍ଜନା ଭରପୁର ହୋଇଯାଇ ଥିବାର ଦେଖିବାକୁ ମିଳିଥିଲା। ପରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ହସପିଟାଲ ସୁପରିଟେଣ୍ଡେଣ୍ଟ ଡା ଅନିଲ କୁମାର ମିଶ୍ର ସେମାନଙ୍କ ନିକଟରେ ପହଁଚି ସେମାନଙ୍କ ସମସ୍ୟ ତୁରନ୍ତ ସମାଧାନ କରାଯାଇ ଯଥାଶୀଘ୍ର ଦରମା ଦେବାପାଇ ସଫେଇ ଦାଇତ୍ୱ ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେବା ସହିତ ଆନ୍ଦୋଳନକାରୀ କର୍ମଚାରୀମାନଙ୍କୁ ବୁଝାଇ ଆନ୍ଦୋଳନ ପ୍ରତ୍ୟାହର କରିଦେଇଥିଲେ। ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱରର ସୁମତି ସାନିଟେସନ ନାମକ ସଂସ୍ଥା ଜିଲ୍ଲା ହସପିଟାଲର ସଫେଇ ଓ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଟେଣ୍ଡେର ନେଇଛନ୍ତି। ସେ ଭୁବନେଶ୍ୱର ଠାରେ ରହୁଥିବାରୁ ମାଲକାନଗିରି ଜିଲ୍ଲା ହସପିଟାଲରେ ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ ନିୟମିତ ଭାବେ ଦରମା ପାଇ ପାରୁନଥିବାର ଅଭିଯୋଗ ହେଉଛି।