Odiapua.com

ମାଲକାନଗିରି ଜିଲ୍ଲାହସପିଟାଲରେ ଆଗ୍ରାଧିକାର ଭିତିରେ ସ୍ଥନୀୟ ବେକାରୀ ଜିଏନଏମ ଙ୍କୁ ନିଯୁକ୍ତି ଦେବା ଦାବିନେଇ ବିଧାୟକ ଓ ଜିଲ୍ଲାପୁଳଙ୍କୁ ସ୍ମାରକ ପତ୍ରଦେଲେ ତାଲିମପ୍ରାପ୍ତ ଛାତ୍ରୀ

ମାଲକାନଗିରି,୫ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲରେ ଖାଲିଥିବା ଜିଏନଏମ ପଦବି ଗୁଡିକୁ ଅଗ୍ରାଧିକାର ଭିତିରେ ସ୍ଥାନୀୟ ଜିଏନଏମ ଙ୍କୁ ନିଯୁକ୍ତି ଦେବା ଦାବିନେଇ ଆଜି ଜିଲ୍ଲାପାଳ ଓ ବିଧାୟକ ଙ୍କୁ ଜିଲ୍ଲାରେ ଥିବା ତାଲିମପ୍ରାପ୍ତ ବେକାରୀ ଜିଏନଏମ ଛାତ୍ରୀ ମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଆଜି ସକାଳେ ମାଲକାନଗିରି ବିଧାୟକଙ୍କ ବାସଭବନକୁ ଜିଏନଏମ ପାସକରିଥିବା ଛାତ୍ରୀ ମାନେ ଯାଇ ଜିଲ୍ଲା ହସପିଟାଲରେ ଖାଲିପଡିଥିବା ଷ୍ଟାଫନର୍ସ ପଦବିରେ ଅଗ୍ରାଧିକାର ଭିତିରେ ସେମାନଙ୍କୁ ନିଯୁକ୍ତି ଦେବାପାଇଁ ଦାବିପତ୍ର ଦେଇଥିଲେ । ଏ ସଂପର୍କରେ ରାଜ୍ୟସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲାପାଳ ଓ  ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରି ସେମାନଙ୍କ ସହିତ ଆଲୋଚାନା କରିବେ ବୋଲି ବିଧାୟକ ମାନସ ମାଡକାମି ପ୍ରତିଶୃତି ଦେବାପରେ ଜିଏନଏମ ତାଲିମପ୍ରାପ୍ତ ଛାତ୍ରୀ ମାନେ ନିଜ ଘରକୁ ଫେରିଥିଲେ ।ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମଥରକରି  ଖୋଲା ଯାଇଥିବା ଏକ ଜିଏନଏମ ତାଲିମ କେନ୍ଦ୍ରରେ ତାଲିମ ନେଇ ପ୍ରଥମ ବ୍ୟାଚରେ ପାସ କରିଥିବା ସ୍ଥାନୀୟ ଗରିବ ଛାତ୍ରୀ ମାନଙ୍କୁ ଅଗ୍ରାଧୀକାର ଭିତିରେ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗରେ ଖାଲିପଡିଥିବା ଷ୍ଟାଫନର୍ସ ପଦବିରେ ନିଯୁକ୍ତି ଦେବା ପାଇଁ  ଜିଲ୍ଲାର ଜିଏନଏମ ତାଲିମପ୍ରାପ୍ତ ଛାତ୍ରୀମାନେ ଦାବି ଜଣାଇଛନ୍ତି । ସ୍ଥାନୀୟ ବେକାରୀ ଙ୍କୁ ଅଗ୍ରଧିକାର ଭିତିରେ ନିଯୁକ୍ତି ଦିଆ ନଗଲେ ଆଗାମି ଦିନରେ ଆନ୍ଦୋଳନ ହେବ ବୋଲି ତାଲିମପ୍ରାପ୍ତ ଜିଏନଏମ ଛାତ୍ରୀ ମାନେ କହିଛନ୍ତି  ,