Odiapua.com

ମାଲକାନଗିରି ଜିଲ୍ଲାସ୍ତରୀୟ ୧୨୩ତମ ନେତାଜୀ ଜୟନ୍ତୀ ପାଳିତ

ମାଲକାନଗିରି,୨୩ା୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସ୍ତରୀୟ ୧୨୩ତମ ନେତାଜୀ ସୁବାଷଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ଆଡମ୍ବର ସହକାରେ ସୁବାଷ ବୋଷ ଟାଉନ କ୍ଲବ ଠାରେ ପାଳିତ ହୋଇଯାଇଛି ।  ମାଲକାନଗିରି ବିଧାୟକ ମାନସ ମାଡକାମି ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସୁବଷବୋଷ ଛକଠାରେ ନେତାଜୀ ଙ୍କ ବିରାଟ ପ୍ରତିମୂର୍ତୀ ଓ କ୍ଲବପରିସରରେ ଥିବା ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ଜନ କରି ନେତାଜୀ ସୁବାଷବୋଷ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କିହ ତାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା.ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ମାଲକାନଗିରି ଥାନାଅଧିକାରୀ ସୌମୁନ୍ଦୁ ଶେଖର ତ୍ରୀପାଠୀ,ସାହତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସୁବାଷବୋଷ ଟାଉନ କ୍ଲବର ସଭାପତି ଡି.ଚିନାରାଓ,ଶଙ୍କର ପାଣିଗ୍ରାହୀ,ଜି. ପି.କେସୁରାଓ,ଏନ.ବାଲାରାଜୁ,ସୋମ୍ୟରଜଂନ ପାଣିଗ୍ରାହୀ,ପି.ଗୋବିନ୍ଦା, ପର୍ଶୁରାମଭକ୍ତ,ଜି. ଶ୍ରୀନିବାସ ରାଓ,ପି.ସାଇ,ଠି, ଆପୋଲରାଜୁ,ଏସ.ଡି.ମୈଦିନ ପ୍ରମୁଖ ସଭ୍ୟ ମାନେ  ଯୋଗଦେଇ ନେତାଜୀ ଙ୍କ ପ୍ରତି ମୂର୍ତୀରେ ମାଲ୍ୟର୍ପଣ ସହ ତାଙ୍କର  ସ୍ମ୍ମୃତି ଚାରଣ କରିଥିଲେ । ଅନୁରୁପ କାଲିମେଳା,ପଡିଆ, ମୋଟୁ,ଏମଭି୭୯, ଏମପିଭି୮୧,ଏମଭି୮୩, କୋରକୁଣ୍ଡା,  ଚିତ୍ରକୋଣ୍ଡା,ଖଇରପୁଟ,ଗୁମ୍ମା,ମାଥିଲି, ଗୋବିନ୍ଦପାଲି ସହ ମାଲକାନଗିରି ମହାବିଦ୍ୟାଳୟ, ଘେଡେଇ ଆବାସିକ ମହାବିଦ୍ୟାଳୟ, ଗାନ୍ଧୀନଗର ପ୍ରାଥମିକ ବିଦ୍ୟାଳୟ,ମର୍ଡନଇଂରାଜୀ ବିଦ୍ୟାଳୟ, ସହ ଅନ୍ୟାନ ଶିକ୍ଷାଅନୁଷ୍ଟାନ ଗୁଡିକରେ ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି ।