Odiapua.com

ମାଲକାନଗିରି ଜିଲ୍ଲାସ୍ତରୀୟ ୧୨୫ତମ ନେତାଜୀ ଜୟନ୍ତୀ ପାଳିତ

ମାଲକାନଗିରି,୨୩ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨୫ତମ ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମୁକୁମାସ୍ଥ ସୁବାଷ ବୋଷ ଟାଉନ କ୍ଲବ ପରିସରରେ କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲାସ୍ତରୀୟ ୧୨୫ତମ ନେତାଜୀ ସୁବାଷଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୁଖ୍ୟବକ୍ତାଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ସମ୍ମାନୀତ ଅତିଥିଭାବେ ଏସଡିପିଓ ଅଶୁଂମାନ ଦିବେଦୀ ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲୀପକୁମାର ସାମନ୍ତାରାୟ ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲାଶିଶୁ କଲ୍ୟାଣ ସମତି ଅଧ୍ୟକ୍ଷ ଅଶୋକକୁମାର ପଟନାୟକ,ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ, ଜିଲ୍ଲା ଓକିଲ ସଂଘ ସଭାପତି ଦୁର୍ଗାପ୍ରସାଦ ତ୍ରୀପାଠୀ,ଥାନା ଅଧିକାରୀ ରାମପ୍ରସାଦ ନାଗ ପ୍ରମୁଖ ଯୋଗଦେଇ ସ୍ଥାନୀୟ ସୁବଷବୋଷ ଛକଠାରେ ନେତାଜୀ ଙ୍କ ବିରାଟକାୟ ପ୍ରତିମୂର୍ତୀ ଓ କ୍ଲବପରିସରରେ ଥିବା ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ଜନ କରି ନେତାଜୀ ସୁବାଷବୋଷ ଙ୍କ ପ୍ରତିଭକ୍ତିପୂତ ଶ୍ରଦ୍ଦାଜଂଳୀ ଜଣାଇଥିଲେ । ନେତାଜୀଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବାସହ ତାଙ୍କ ସ୍ମୃତିଚାରଣ କରି ସ୍ୱାଧିନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ ର୍ ଥିଲା ବୋଲି ମତ ବ୍ୟକ୍ତକରିଥିଲେ । ସୁବାଷବୋଷ ଟାଉନ କ୍ଲବର ସଭାପତି ଡି.ଚିନାରାଓ,ଶଙ୍କର ପାଣିଗ୍ରାହୀ,ଜି. ଶ୍ରୀନିବାସ ରାଓ(ଚିଟି), ପି.କେସୁରାଓ, ଏନ.ବାଲାରାଜୁ,ପି.ଗୋବିନ୍ଦା, ଶଙ୍କରପାଣିଗ୍ରାହୀ ,ପି.ସାଇ, ସୁବାଷ ବୋଷ ଟାଉନ କ୍ଲବର ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ସହିତ ନେତାଜୀ ଙ୍କ ପ୍ରତି ମୂର୍ତୀରେ ମାଲ୍ୟର୍ପଣ କରି ତାଙ୍କର ବହୁମୁଖି ପ୍ରତିଭା,ନୀତି ଆଦର୍ଶ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସମାଜ ସେବୀ ଜି.ଶ୍ରୀନିବାଶ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।