Odiapua.com

ମାଲକାନଗିରି ଜିଲ୍ଲାସ୍ତରୀୟ ୬୨ତମ ପୁଲିସ ଶହୀଦ ଦିବସ ପାଳିତ

ମାଲକାନଗିରି,୨୧ା୧୦ (ଓଡିଆ ପୁଅ) ୬୨ତମ ପୁଲିସ ଶହୀଦ ଦିବସ ଆଜି ସକାଳେ ମାଲକାନଗିରି ଜିଲ୍ଲାପୁଲିସ ପଡିଆ ଠାରେ କୋଭିଡ ନିୟମ ଅନୁସାରେ ପାଳିତ ହୋଇଯାଇଛି । ଜିଲ୍ଲାଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସାଇ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟରେଡରେ ଅଭିବାଦନ ଗ୍ରହଣ ସହ ପୁଲିସ ପତାକା ଉତୋଳନ କରିଥିଲେ । ସମଗ୍ର ଦେଶ,ରାଜ୍ୟ ଓ ଜିଲ୍ଲାରେ ମାଟି ମା ପାଇଁ ନିଜ ଜୀବନକୁ ବଳୀଦାନଦେଇ ସହିଦ ହୋଇଥିବା ପୁଲିସ ଓ ଜବାନ ଙ୍କ ପ୍ରତି ଗଭୀରଶ୍ରଦ୍ଧାଜଂଳୀ ଜ୍ଞାପନ କରି ଅମର ସହୀଦ ମାନଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରେ ସହିଦଙ୍କ ଉଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଠାଇଥିବା ବାର୍ତାକୁ ଏସପି ଶ୍ରୀ ମୀନା ପାଠକରିଥିଲେ ।  ସମଗ୍ର ଦେଶରେ ୩୭୭ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡିଶାର ୪ଜଣ ସହିଦ ହୋଇଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାରେ କରୋନା ସମୟରେ କର୍ତବ୍ୟରତ ସମୟରେ ସହିଦ ହୋଇଥିବା ୨୨ଜଣ ପୁଲିସ କର୍ମଚାରି ଙ୍କ ନାମ ଏସପି ପାଠ କରିଥିଲେ । ଦେଶ ଓ ରାଜ୍ୟରେ ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ସବ ର୍ଦା ନିଜ ଜୀବନକୁ ବାଜି ଲଗାଇ ସହିଦ ହୋଇଛନ୍ତି ।ସୁ ସମାଜ ଓ ଦେଶ ଗଠନ ପାଇଁ ପୁଲିସର ଭୁମିକା ଗଦୁରୁତ୍ୱ ପୁଣ୍ଣ ର୍ ଅଟେ ବୋଲି ଏସପି ପ୍ରକାଶ କରିଛନ୍ତି । ପ୍ୟାରେଡ ପରେ ଏସପି ଶ୍ରୀ ମିନା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ବନଖଣ୍ଡିୟ ଅଧିକାରୀ ପି.କତାପାଲି ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ସହୀଦ ସ୍ମୃତିସ୍ତମ୍ବରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଜଂଳି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏସଡିପିଓ ଅଭିଳାଶ ଜୀ,ଅତିରିକ୍ତକ ଏସପି ବଳଭଦ୍ର ଦୀପ,ଅତିରିକ୍ତ ଏସପି ଅପରେସନ ମନୋଜ କୁମାର ସିଂ,କମାଣ୍ଡେଟଂ ଦୁବା ର୍ଶା ନାୟକ ପ୍ରମୁଖ ବିଶିଷ୍ଟବ୍ୟକ୍ତି ବିଶେଷ ,ଡିଏସପି ଓ ଇନିସପେକ୍ଟର, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଅନ୍ୟାନ ପୁଲିସ ଅଧିକାରୀ ମାନେ ଯୋଗଦେଇ ସହୀଦଙ୍କ ପ୍ରତି ଶ୍ରଦ୍ଧାଜଂଳି ଜଣାଇଥିଲେ । ପୁଲିସ ରିଜର୍ଭଇନିସ୍ପେକ୍ଟର ପ୍ୟାରେଡ ପରିଚାଳନା କରିଥିଲେ ।