Odiapua.com

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,ବିକାଶଦିଗରେ ପ୍ରତିବନ୍ଧକ ସାଜିଛି ଦୁର୍ନୀତି

ମାଲକାନଗିରି,୩୧ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଡିଆରଡିଏ ସଭାଗୃହରେ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଦୁର୍ନିତୀ ନିବାରଣ
ଜନସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ମାଲକାନିଗରି ବିଧାୟକ ଆଦିତ୍ୟ ମାଢୀ,ଉପଜିଲ୍ଲପାଳ ରାମେଶ୍ୱର ପ୍ରଧାନ,ସହକାରି ଏସପି ଉଦ୍ଧବଚରଣ ନାୟକ,ଭିଜିଲାନ୍ସ ଡିଏସପି ସୁଶାନ୍ତକୁମାର ବିଶ୍ୱାଳ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ. ଗୁଣନିଧିନାୟକ,ବରିଷ୍ଠ ନାଗରିକ ଗଙ୍ଗାଧର ବୁରୁଦା ପ୍ରମୁଖ ଯୋଗଦେଇ ବର୍ତମାନ ସମାଜରେ ଦୁର୍ନୀତି ରୁପକ ରାକ୍ଷାସ କାୟାବିସ୍ତାର କରିଛି,ସରକାର ଦୁର୍ନୀତିକୁ ରୋକିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି,ଏହି ଦୁର୍ନୀତି ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିକାଶଦିଗରେ ପ୍ରତିବନ୍ଧକ ସାଜିଛି, ଜିଲ୍ଲାକୁ ଦୁର୍ନିତୀ ମୁକ୍ତ କରି ଜିଲ୍ଲାର ବିକାଶ ଦିଗରେ ସମସ୍ତେ ଆଗେଇ ଆସନ୍ତୁ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଏହି ଅବସରରେ ସଭାରେ ଉପସ୍ଥିତ ଥିବା ସମସ୍ତେ ଦୁର୍ନିତୀ ବିରୋଧରେ ସପଥପାଠ କରିଥିଲେ । ପୁବ ର୍ରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରେରେ ଦୁର୍ନିତୀ ନିବାରଣ ସଂପର୍କରେ ଅନୁଷ୍ଟିତ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସକାଳେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତାର ଏକ ସୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ବସଷ୍ଟାଣ୍ଡ ଦେଇ ସହରପରିକ୍ରମା କରି ଡିଆରଡିଏ ସଭାସ୍ଥଳ ନିକଟରେ ପହଁଚିଥିଲା