Odiapua.com

ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ମାଲକାନଗିରି,୨୪ା୧(ଓଡିଆ ପୁଅ ) ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳିତି ହୋଇ ଯାଇଛି । କୋଭିଡ ନାୟମ ପାଳନ ସହ କନିଷ୍ଠ ମହିଳା କେଲଜର ଅଧ୍ୟକ୍ଷ ଦୁସ୍ମନ୍ତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ମୁଖ୍ୟବକ୍ତା ଭାବେ ମଡେଲ ଡିଗ୍ରୀ କଲେଜର ଅଧ୍ୟାପିକା ଡଃ ହେନେରିତା ମିଶ୍ର,ସମ୍ମାନିତ ଅତିଥି ଭାବେ ସମାଜ ସେବୀ ରାଜେଶ ପଟନାୟକ,ସମାଜସେବୀ ଜୟନ୍ତି ବୁରୁଦା ଯୋଗଦେଇ ଜାତୀୟ କନ୍ୟାସନ୍ତାନ ଦିବସ ଉତ୍ସବ କୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ,ଜିଲ୍ଲାର ବିଭିନ୍ନ ଶିଶୁଗୃହ ବାଳିକା ଓ ବଡଦିଦି ସଂଗଠନର ସଭ୍ୟା ମାନେ ଯୋଗଦେଇ ପୁଚି, କୌତିକୀୟା ପୋଷାକ,ସ୍କେଟିଂ,ମଡେଲିଂ,ନୃତ୍ୟ,ସଂଗୀତ ପ୍ରତିଯୋଗୀତାରେ ଭାଗନେଇ ନିଜ ନିଜ କଳାଚାତୁରି ପ୍ରଦର୍ଶନ କରିଥିଲେ ।କୃତୀପ୍ରତି ଯୋଗୀ ଓ ଜିଲ୍ଲାରେ ମାଟ୍ରୀକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଟପର ହୋଇଥିବା ଛାତ୍ରୀ ଶିଳ୍ପା ବୈରାଗୀଙ୍କୁ ନଗଦ ଦୁଇହଜାର ଟଙ୍କା ଓ ମାନପତ୍ର,ସିଲ୍ଡ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଯୁବସମାଜ ସେବୀ ବିନାଶ ମିଶ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ କିସ ସଂସ୍ଥାର ଜିଲ୍ଲାସଂଯୋଜକ ରମ୍ୟରଜଂନ ପରିଡା,କେ ଦେସି ରାଜୁ ଆଚାରୀ,ବାବୁଲି ନାୟକ,ଉତମ ସାହା,ପ୍ରମୋଦ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ