Odiapua.com

ମାଲକାନଗିରି ଜିଲ୍ଲାର ୯୮ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ତିରୁପତି ଗଲେ

ମାଲକାନଗିରି, ୩ା୩(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ୯୮ଜଣ ବରିଷ୍ଠ ନାଗରିକ ତିରୁପତି ଅଭିମୁଖେ ତୀର୍ଥ ଯାତ୍ରାରେ ଯାଇଛନ୍ତି। ଏହି ତୀର୍ଥ ଯାତ୍ରୀମାନେ ମାଲକାନଗିରି ଠାରୁ ସ୍ୱତନ୍ତ୍ର ବସରେ ରାୟଗଡାକୁ ଯାଇ ସେଠାରୁ ଆଜି ସ୍ୱତନ୍ତ୍ର ଟ୍ରେନରେ ତିରୁପତି, ଶ୍ରୀକାଳବସ୍ତୀ, ତାମିଲନାଡୁ ଭେଲୋର ଆଦି ଦକ୍ଷିଣାଞ୍ଚଳରେ ଥିବା ବିଭିନ୍ନ ପ୍ରଦର୍ଶନୀ ସ୍ଥଳୀସହ ତ୍ରୀର୍ଥସ୍ଥାନ ପରିଦର୍ଶନ କରିବେ ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଗ୍ରାମ୍ୟ ଉନ୍ନୟନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ବସକୁ ଶୁଭାରମ୍ଭ କରି ସମସ୍ତ ଯାତ୍ରୀଙ୍କର ଶୁଭକାମନା କରିଛନ୍ତି।