Odiapua.com

ମାଲକାନଗିରି ଜିଲ୍ଲାର ୬୨ଟି ଧାନମଣ୍ଡି ଓ ୨୩ଟି ଧାନମିଲ ଉପରେ ପ୍ରଶାସନର ଚଢଉ

ମାଲକାନଗିରି,୧ା୩(ଓଡିଆ ପୁଅ ) ବିନା ଟୋକନ ରେ ଧାନମଣ୍ଡି ଓ ମିଲ ଗୁଡିକରେ ଧାନଗଛିତ ଥିବା ସନ୍ଦେହରେ ଆଜି ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ଟି ଧାନମଣ୍ଡି ଓ ୨୩ଟି ଧାନ ମିଲ ଉପରେ ଚଢଉ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ମାଲକାନଗିରି,ପଡିଆ, କାଲିମେଳା, କୋରକୁଣ୍ଡା,ମାଥିଲି, ଖଇରପୁଟ,ଚିତ୍ରକୋଣ୍ଡା ସାତଟି ଯାକ ବ୍ଲକରେ ଖରିପଚାଷର ୬୨ଟି ଧାନମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଇତିମଧ୍ୟରେ ୧୦ଲକ୍ଷ ୯୧ହଜାର କ୍ୱିଟାଂଲ ଧନ କ୍ରୟ ହୋଇସାରିଲାଣି,ତଥାପି ମଣ୍ଡିଗୁଡିକରେ ଶହଶହ କ୍ୱିଟାଂଲ ଧାନ ପଡିରହିଛି । ଜାଲ ଚାଷୀ ରୋକିବା ଓ ଏହି ସବୁଧାନ ଟୋକନପ୍ରାପ୍ତ ପ୍ରକୁୃତ ଚାଷୀଙ୍କର ନା ଦଲାଲ ମାନଙ୍କର ତାହା ଜଣିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକା ସଙ୍ଗେ ସାତଟି ଯାକ ବ୍ଲକରେ ଥିବା ୬୨ଟି ଧାନମଣ୍ଡି ଉପରେ ଚଢାଉ ଆରମ୍ଭ ହୋଇଯାଇଛି ।ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାଯୋଗଣ ବିଭାଗ,ବିଭିନ୍ନ ବ୍ଲକର ବିଡିଓ,ତହସିଲାଦାର,ଲ୍ୟାମ୍ପସ ଅଧିକାରୀ ପ୍ରମୁଖ କର୍ମାଚାରୀ ମାନେ ମିଳିତ ଭାବେ ଏହି ଚଢଉରେ ସମିଲ ହୋଇ ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ସେଠାରେ ପଡିରହିଥିବା ଧାନ ଗୁଡିକ କାହାର , ଚାଷୀମାନଙ୍କୁ ଟୋକନ ଇସୁ ହୋଇଛି କି ନାହିଁ ଯାଚଂକରିଥିଲେ । ଠିକ ସେହିପରି ମାଲକାନଗିରି ଜିଲ୍ଲାସଦର ମହକୁମା ସହ ଅନ୍ୟାନ ସ୍ଥାନରେ ଥିବା ୨୩ଟି ଧାନମିଲ କୁ ଯାଇ ମିଲରେ ଗଛିତ ଥିବା ଧାନଗୁଡିକ ମଣ୍ଡିରୁ କ୍ରୟ ହୋଇଛି କି ନାହିଁ ଓ ଟୋକନ ପ୍ରାପ୍ତ ଚାଷୀମାନଙ୍କର କି ନୁହେଁ ତାହା ଯାଚଂ କରାଯାଇଛି ।