Odiapua.com

ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିକ୍ଷାଅନୁଷ୍ଠାନ ରେ ବିଶ୍ୱମାତୃ ଭାଷା ଦିବସ ପାଳନ

ମାଲକାନଗିରି,୨୦ା୨ (ଓଡିଆ ପୁଅ ) ଫେବୃୟାରୀ ମାସ ୨୧ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱମାତୃଭାଷା ଦିବସ ଭାବେ ପାଳନ କରୁଥିବା ବେଳେ ସେଥିରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା । ଆତନ୍ତା ୨୧ତାରିଖରେ ମହାଶିବରାତ୍ରୀ ଉତ୍ସବ ଉପଲକ୍ଷେ ସମସ୍ତଶିକ୍ଷା ଅନୁଷ୍ଟାନ ଛୁଟିହେଉଥିବାରୁ ରାଜ୍ୟଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ୨୦ତାରିରେ ସମସ୍ତ ଶିକ୍ଷାଅନୁଷ୍ଠାନ ଗୁଡିକରେ ବିଶ୍ୱମାତୃଭାଷା ଦିବସ ପାଳନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜିଲ୍ଲାର ସମସ୍ଥ ଶିକ୍ଷାଅନୁଷ୍ଟାନ ଗୁଡିକରେ ଏହି ବିଶ୍ୱମାତୃଭାଷା ଦିବସ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କମଧ୍ୟରେ ଓଡିଆ ଭାଷାରେ ବିଭିନ୍ନ ପ୍ରତି ଯୋଗୀତା କରି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଶ୍ୱମାତୃଭାଷା ଦିବସ ପାଳିଛନ୍ତି । ବିଶେଷ କରି ଜିଲ୍ଲାସଦର ମହକୁମାଠାରେ ଥିବା ପୁବ ର୍ତନ ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଶିକ୍ଷକ ଦୁର୍ଗାପ୍ରସାଦ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଆଡମ୍ବର ସହକାରେ ଜିଲ୍ଲାସ୍ତରୀୟ ବିଶ୍ୱମାତୃଭାଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ମୁଖ୍ୟବକ୍ତାଭାବେ ଶିକ୍ଷାବିତ ପ୍ରକାଶଚନ୍ଦ୍ର ପଟନାୟକ,ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଭୋଳ,ଅବସରପ୍ରାପ୍ତ ଶିକ୍ଷକ ସାହିତ୍ୟିକ ମନୋଜକୁମାର ସାହୁ,ଶିକ୍ଷୟତ୍ରୀ ଶ୍ରୀମତୀ ମହାଲକ୍ଷମୀ ପଣ୍ଡା ଯୋଗଦେଇ ବିଶ୍ୱମାତୃଭାଷା ଦିବସ ସଂପର୍କରେ ଉଦବୋଧନ ଦେବାସହିତ ଜାତିବଚେଂ ଭାଷାକୁନେଇ,ମାତୃଭାଷା ହିଁ ଭରିଦିଏ ଜାତିର ଆନ୍ତରତ୍ମାରେ ସ୍ୱାଭିମାନ,ମାତୃଭାଷାର ଉନ୍ନତି ଜାତିର ପ୍ରଗତୀ ବୋଲି କହିଥିଲେ । ଓଡିଆ ଭାଷା ହେଉଛି ବହୁପୁରତନ ଭାଷା ,ସଭ୍ୟଶିକ୍ଷିତ ସମାଜର ଲୋକ ମାନେ ନିଜ ମାତୃଭାଷା ପ୍ରତି ଗୁରୁତ୍ୱ ଦେଉନାହାଁନ୍ତି,ଏହାର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ରହିଛି ବୋଲି ମୁଖ୍ୟବକ୍ତା ଶ୍ରୀ ପଟନାୟକ କହିଥିବା ବେଳେ ସମସ୍ଥ ସରକାରି ,ବେସରକାରି କାର୍ଯ୍ୟାଳୟ, ଶିକ୍ଷାଅନୁଷ୍ଟାନର ନାମ ଫଳକ ସହିତ ନିମନ୍ତ୍ରଣପତ୍ର ଗୁଡିକ ଓଡିଆ ଭାଷାରେ ଲେଖିବା ଦରକାର ,ସୀମାନ୍ତ ଗ୍ରାମଗୁଡିକରେ ଓଡିଆ ଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି,ଏହାର ସୁରକ୍ଷା ଓ ପ୍ରଚାର ନିମନ୍ତେ ସମସ୍ଥେ ଆଗେଇ ଆସିବା ଦରକାର, ମାଲକାନଗିରି ଜିଲ୍ଲାଟି ଆନ୍ଦ୍ର,ଛତିଶଗଡ ରାଜ୍ୟ ସୀମାନ୍ତବର୍ତି ଅଚଂଳରେ ଥିବାରୁ ଧିରେ ଧିରେ ଓଡିଆଭାଷା ସଂସ୍କୃତି ଲୋପପାଇ ଯିବାକୁ ବସିଲାଣି, ସମସ୍ଥ ସୀମାନ୍ତ ବର୍ତି ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ କିପରି ଗରୁତ ୍ୱଦିଆଯିବ,ସରକାରି ଘରୋଇ ପ୍ରତିଷ୍ଟାନ,ଦୋକାନ ବାଜାର ,ରାସ୍ତା ଘାଟ ଗୁଡିକରେ ଓଡିଆ ଭାଷାରେ ନାମଫଳକ ଲେଖାଯିବା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ଭାଷଣରେ କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଶ୍ୱମାତୃଭାଷା ଦିବସ ସଂପର୍କରେ ଆୟୋଜତ ବକୃତା,ପ୍ରବନ୍ଧ,ବିଭିନ୍ନପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ସୌମ୍ୟରଜଂନ ପଣ୍ଡା,ସୂରଜପଟନାୟକ,ହେମକାନ୍ତି ମାଝୀ,ଏ.ଜନନୀ,ଅର୍ଚନା ଦାଶ,ଡି.ଲାବନ୍ୟ ପ୍ରମୁଖ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଶିକ୍ଷକ ବାଲାରାଜୁ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଶଶିରେଖା ଦାଶ,କବିତା ମହାପାତ୍ର,ସରୋଜୀନି ପରିଡା,ପୁସ୍ପଲତା ପଣ୍ଡା,ପଙ୍କଜିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱମାତୃଭାଷା ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଠିକ ସେହିପରି ମାଲକାନଗିରି ମହାବିଦ୍ୟାଳୟ,ଏମଭି୧୬ଉଚ୍ଛପ୍ରଥମିକ ବିଦ୍ୟାଳୟସହିତ ଅନ୍ୟାନ ଶିକ୍ଷାଅନୁଷ୍ଠାନ ମାନଙ୍କରେ ବିଶ୍ୱ ମାତୃଭାଷୀ ଦିବସ ପାଳିତ ହୋଇଯାଇଛି ।