Odiapua.com

ମାଲକାନଗିରି ଜିଲ୍ଲାର ଗଣପବ ର୍ ବଡ ଯାତ୍ରା ଆରମ୍ଭ,ତମସା ରେ ପହଁଚିଲେ ବଡଯାତ୍ରା ଠାକୁରଙ୍କ ଚତୁର୍ଧାମୂର୍ତି

ମାଲକାନଗିରି,୨୬ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଗଣପବ ର୍ ବଡ ଯାତ୍ରା ଗତ ୨୨ତାରିଖ ଠାରୁ ଆନ୍ଦ୍ର,ଓଡିଶା, ଛତିଶଗଡ,ତେଲାଙ୍ଗାନା ଚାରିରାଜ୍ୟ ସୀମାନ୍ତ ମାନ୍ୟମକୋଣ୍ଡା ପୋଲେରୁ ଠାରୁ ଆରମ୍ଭ ହାଇଯାଇଛି । ଆନ୍ଦ୍ରପ୍ରଦେଶ ତାଡାକାରେଉ ରେ ସ୍ନାନ ଯାତ୍ରା ପରେ ପବିତ୍ର ସିଲେରୁ ନଦୀରେ ବଡଯାତ୍ରା ତିନିଠାକୁର ଙ୍କ ନୌକାବିହାର ହୋଇଥିଲା । ପୂଜାରି ଦିଶାରୀ ଭକ୍ତମାନେ ଠାକୁରଙ୍କ ବିମାନ କାନ୍ଧେଇ ଦୀର୍ଘ ୭୦ କିଲୋମିଟର ପାଦରେ ଚାଲିଚାଲି ମାଲକାନଗିରି ସହର ର ପ୍ରବେଶ ଦ୍ୱାର ଏମଭି ୭ ଗ୍ରାମ ତମସା ନିକଟରେ ପହଁଚିଛନ୍ତି । କେଉଁ ଆବାହନ କାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ତନି ଠାକୁର ଓ ମା ମୁତ୍ୟାଲୁମା ଙ୍କ ବିମାନ ମାଲକାନଗିରି ଜିଲ୍ଲାସଦର ମହକୁମା ତମସା ନଦୀକୂଳ ଠାରେ ଆଜି ସନ୍ଧ୍ୟାରେ ପହଁଚି ଭୋଗ ପାଇସାରିଛନ୍ତି । ଶିଖପାଲି ଅସ୍ଥାୟୀ ପୁଜା ମଣ୍ଡପ ନିକଟରୁ ବିରାଟ ସୋଭା ଯାତ୍ରାରେ ଶତାଧିକ ଲାଠିଧାରି ଭକ୍ତ ବାହାରି ମାଲକାନଗିରି ଜିଲ୍ଲାସଦର ମହକୁମା ଏମଭି୭ ତମସା ନଦୀକୂଳ ପୁଜା ମଣ୍ଡପ ନିକଟରେ ପହଁଚି ଛନ୍ତି । ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ସୁସଜିତ ବିମାନରେ ପୁଜାରୀ ମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ସୋଭା ଯାତ୍ରା ରେ ତମସା ମଣ୍ଡପନିକଟରେ ପହଁଚାଇଥିଲେ । ଏହିସୋଭା ଯାତ୍ରାରେ ପାରମ୍ପାରିକ କାଳସି ନାଟ କରାଯାଇଥିଲା,ବିଭିନ୍ନ ଅଚଂଳରୁ ଭକ୍ତମାନେ ଆସି ଠାକୁର ଦର୍ଶନ କରିଥିଲେ । ମଣ୍ଡପରେ ଠାକୁର ପ୍ରବେଶ ପରେ ମାନଶିକ ଧାରୀ ଭକ୍ତ ମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବାସହ ବାଲ୍ୟ ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେସ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ।