Odiapua.com

ମାଲକାନଗିରି ଜିଲ୍ଲାରେ ୭୯୫୧୬ଜଣ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହେବେ

ମାଲକାନଗିରି,୧୬ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୭୯୫୧୬ଜଣ ଚାଷୀଙ୍କୁ ଭାରତ ସରକାର ମିଶନ ମୋଡରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସମସ୍ତପ୍ରକାର କୃଷିଭିତିକ ସୁବିଧା ଯୋଗାଇ ଦିଆଯିବା ସହ କିଶାନ କ୍ରେଡିଟ କାର୍ଡ ପ୍ରଦାନକରାଯିବ । ଜିଲ୍ଲାରେ ୧୭ହଜାର୧୯ଜଣ ବଡ ଚାଷୀ,୩୩ହଜାର୭୬୮ଜଣ କ୍ଷୁଦ୍ରଚାଷୀ, ୪୫ହଜାର୭୪୮ଜଣ ନାମ ମାତ୍ର ଚାଷୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୯ହଜାର୫୧୬ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ବାର୍ଷିକ ତିନୋଟି କିସ୍ତିରେ କିଶାନ କ୍ରେଡିଟ କାର୍ଡମାଧ୍ୟମରେ ୬ହଜାର ଲେଖା ଟଙ୍କା ମିଳିବ । ଏହା ବ୍ୟତିତ ସେମାନଙ୍କୁ କମସୁଧରେ ବିଭିନ୍ନ କୃଷିରୁଣ ଯୋଗାଇ ଦିଆଯିବ, ହିତାଧିକାରୀଙ୍କୁ ଜମି ରେକର୍ଡ,ଫସଲ ବିବରଣୀ ସହ ଏକ ପର୍ମପୁରଣକରି ଘୋଷଣା ପତ୍ରଦେବାକୁ ପଡିବ,ପରେ ସେମାନଙ୍କୁ ମାଗଣାରେ କିଶାନ କ୍ରେଡିଟ କାର୍ଡ ଯୋଗାଇ ଦିଆ ଯିବ,ଜିଲ୍ଲାର ସମସ୍ତ ନାମମାତ୍ର ଓ କ୍ଷୁଦ୍ରଚାଷୀ ଏହି ଯୋଜନାରେ ସିମଲ ହୋଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ସାମିଲ ହେବାପାଇଁ ଜନସଚେତନତା ଆରମ୍ଭ କରାଯାଇଛି ବୋଲି କୃଷିଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପରିସର ସଭାଗୃହରେ ଉପକୃଷିନିର୍ଦ୍ଦେଶକ ରାମଚନ୍ଦ୍ର ପଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଗ୍ରଣୀ ବ୍ୟାଙ୍କପରିଚାଳକ ପ୍ରଶାନ୍ତ କୁମାର ଦାଶ ଓ ନାବାର୍ଡ ଜିଲ୍ଲା ଅତିରିକ୍ତ ପରିଚାଳକ ଧର୍ମେନ୍ଦ୍ର ବେହୁରା ସୁଚନା ଦେଇଛନ୍ତି ।