Odiapua.com

ମାଲକାନଗିରି ଜିଲ୍ଲାରେ ୫୪ତମ ଜାତୀୟ ଯନ୍ତ୍ରୀ ଦିବସ ପାଳିତ

ମାଲକାନଗିରି,୧୫ା୯ (ଓଡିଆ ପୁଅ ) ଓଡିଶା ଇଜିଂନିୟର୍ସ ଡିପ୍ଲୋମା ଆସୋସିଏସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଶାଖା ସଭାପତି ଇଂ କୃତିବାସ ନାୟକ ଙ୍କ ଅଧ୍ୟକ୍ଷତାରେ ୫୪ତମ ଜାତୀୟ ଇଂଜିନିୟର ଦିବସ କୋଭିଡ ନିୟମ ସହ ପାଳିତ ହୋଇ ଯାଇଛି । ଏହି ଅବସର ରେ ମୁଖ୍ୟଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥିଭାବେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ପିଏ ଆଇଟିଡିଏ କ୍ଷୀରାଦ୍ଧି ବେହେରା,ଗ୍ରାମ୍ୟଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ଭାରା ପ୍ରସାଦ ରାଓ,ଆଇଟିଡିଏ ନିର୍ବାହି ଯନ୍ତ୍ରୀ ଇଂ ରବିନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ଜଗତର ନାଥ ଜଗନ୍ନାଥ ଓ ଭାରତୀୟ ଯନ୍ତ୍ର ଶାସ୍ତ୍ରର ଦିଗଦର୍ଶକ ବିଶିଷ୍ଠ ନିର୍ମାତା ଭାରତ ରତ୍ନ ଇଂ ଏମ.ବିଶେଶ୍ୱର ରାଓ ଙ୍କ ଫଟୋରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଦେଶର ଉନ୍ନତିରେ ଯନ୍ତ୍ରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ ର୍,ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗରି ଜିଲ୍ଲାରେ ଯନ୍ତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ବିଛିନ୍ନାଚଂଳରେ ଗୁରୁପ୍ରିୟା ସେତୁ,ରାସ୍ତା,କୋଠାବାଡି ସହ ମାଲକାନଗରି ଜିଲ୍ଲା ସଦର ମହକୁମା ଠାରେ ସାତମହଲା ବିଶିଷ୍ଠ ଅତ୍ୟାଧୁନିକ ଜିଲ୍ଲାହସପିଟାଲ ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ମାଲକାନଗିରି ଜିଲ୍ଲା ଆଉ ୩୦ନମ୍ବର ଜିଲ୍ଲାହୋଇ ରହିନାହିଁ, ସବୁ କ୍ଷେତ୍ରରେ ଏବେ ଆଗୁଆ ଜିଲ୍ଲାରେ ପରିଣତ ହୋଇସାରିଛି ,ଭାରତରତ୍ନ ଇଂ ଏମ.ବିଶେଶ୍ୱର ରାଓ ଙ୍କ ପରି ନିଷ୍ଠାପର ଭାବେ ଯନ୍ତ୍ରୀ ମାନେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ କରିବା ସହ ନିର୍ମାଣ କାମ କରି ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ସହର ଭାବେ ଗଠନ କରିବାପାଇଁ ସଂଙ୍କଳ୍ପ ନିଅନ୍ତୁ ବୋଲି ମଚାଂଶିନ ଅତିଥି ମାନେ ତାଙ୍କ ବ୍ୟକ୍ତବ୍ୟରେ ଇଂଜିନିୟର ମାନଙ୍କୁ ପରାମର୍ଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଇଜିଂନିୟର୍ସ ଡିପ୍ଲୋମା ଆସୋସିଏସନ ର ସଂପାଦକ ଇଂ ପ୍ରଶାନ୍ତ କୁମାର ବେହେରା ଜାତୀୟ ଯନ୍ତ୍ରୀ ଦିିବସର ତାତପର୍ଯ୍ୟତା ସଂପର୍କରେ କହିବା ସହ ଜିଲ୍ଲାରେ ଉନ୍ନତ ମାନର ନିର୍ମାଣ ସାମଗ୍ରୀ କିମ୍ବା ଅଭିଜ୍ଞ ତାଲିମ ପ୍ରାପ୍ତ ମିସ୍ତ୍ରୀ ମିଳୁନଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଯନ୍ତ୍ରୀ ଓ ମିସ୍ତ୍ରୀ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବା ଜରୁରୀ ଅଛି ବୋଲି କହିବା ସହ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକରୁଥିବା ଯନ୍ତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ । ଏହି ଅବସରେ ଇଂ ସରୋଜ କୁମାର ସାମନ୍ତରାୟ,ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ଅଧ୍ୟକ୍ଷ ରତ୍ନାକରଦାଶ,ଇଂ ଇନ୍ଦୁମାଧବ ସରକାର ଙ୍କ ସହିତ ଅନ୍ୟମାନେ ଜାତୀୟ ଯନ୍ତ୍ରୀ ଦିବସ ଓ ଭାରତରତ୍ନ ଇଂ ଏମ.ବିଶେଶ୍ୱର ରାଓ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ବ୍ୟକ୍ତବ୍ୟ ରଖିଥିଲେ । ଶେଷରେ ଜିଲ୍ଲା ଇଜିଂନିୟର୍ସ ଡିପ୍ଲୋମା ଆସୋସିଏସନ ର ଉପସଭାପତି ଇଂ ସୁଦୀପ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ଜିଲ୍ଲାର ସମସ୍ତ ବିଭାଗର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।