Odiapua.com

ମାଲକାନଗିରି ଜିଲ୍ଲାରେ ୨୩ତମ ବିଜେଡି ପ୍ରତିଷ୍ଠାଦିବସ

ମାଲକାନଗିରି,୨୬ା୧୨ (ଓଡିଆ ପୁଅ  ) ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ  ସ୍ଥାନୀୟ ନଗର ଭବନ ଠାରେ ବିଜେଡି ଦଳର ୨୩ତମ ପ୍ରତିଷ୍ଠାଦିବସ ଆଡମ୍ବର ସହକାରେ ଜିଲ୍ଲାବିଜେଡି ସଭାପତି ମାନସ ମାଡକାମୀ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଜିଲ୍ଲା ହସପିଟାଲରେ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଟଂନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପାର୍କରେ ସ୍ଥାପିତ ବିଜୁବାବୁଙ୍କ ବିରାଟକାୟ ବ୍ରୋଚଂ ପ୍ରତି ମୂର୍ତିରେ ବିଜେଡି ନେତା ଓ କର୍ମୀ ମାନେ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରେ ମାଲକାନଗିରି ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଡି,ପୁବ ର୍ତନ ପୌରପରିଷଦ ଅଧ୍ୟକ୍ଷ ରାଜଓନ୍ତ କୌର, ବ୍ଲକଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ପୁର୍ବତନ ସ୍ବତନ୍ତ୍ରବିକାଶ ପରିଷଦ ଅଧକ୍ଷ୍ୟ ରାବା ,ଗୋପାଳ ପଣ୍ଡା,ସର୍ବକୁମାର ବିଷୋୟୀ,ପ୍ରିତିପାଲ ସିଂ,ଗଣେଷ ମଣ୍ଡଳ, ନିରୋଦମିସ୍ତ୍ରୀ,ଶଙ୍କର ସହା,ଜଗବନ୍ଧୁ ପଡିଆରୀ,ସୋମେଶ ବାଘ,ଦହନା ଟାଙ୍ଗୁଲ,ସଦାନନ୍ଦ ଖରା ସହିତ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଶ୍ରେଷ୍ଠ ଓଡିଶା ଗଡିବାର ସଂଙ୍କଳ୍ପ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରି ଦଳକୁ ମଜବୁତ କରିବାପାଇଁ କହିଥିଲେ । ମୁଖ୍ୟତ ମଧୁବାବୁ ପେନସନ ଯୋଜନା,କଳାକାରଭତା, ବାର୍ଦ୍ଦକ୍ୟଭତା,ଖାଦ୍ୟସୁରକ୍ଷା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ, ବିଜୁ ପକା ଗୃହ, ମେଧାବୃତି,ବିଜୁ ଯୁବସଶକ୍ତିକରଣ,କଳିଙ୍ଗ ଶିକ୍ଷା ସାଥୀ,ଗ୍ରାମୀଣ ବିଦ୍ୟୁତିକରଣ,ମିଶନ ଶକ୍ତି,ନିର୍ମାଣ ଶ୍ରମିକ ସହାୟତା,ଆମ ଏଲଇଡି,ଆଦି ସରାକରି ଯୋଜନା ଓ ଅନ୍ୟାନ ଉନ୍ନତିମୁକଳ କାର୍ଯ୍ୟ ସଂପର୍କରେ ମଚାଂସନି ଅତିଥି ମାନେ ସୁଚନା ଦେଇଥିଲେ ।