Odiapua.com

ମାଲକାନଗିରି ଜିଲ୍ଲାରେ ସହୀଦ ଲକ୍ଷ୍ମଣନାୟକଙ୍କ ୭୭ତମ ବଳିଦାନ ଦିବସ ପାଳନ  

ମାଲକାନଗିରି,୨୯ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କୋଭିଡ-୧୯ କରୋନା ଭୂତାଣୁର ଆତଙ୍କ ପାଇଁ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସହୀଦ ଲକ୍ଷ୍ଣଣ ନାୟକ ଙ୍କୁ ଭୁଲି ନାହାଁନ୍ତି ମାଲକାନଗିରି ଜିଲ୍ଲାର ବାସୀ । ମାଲାକନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅମର ସହୀଦ ବୀର ଲକ୍ଷ୍ଣଣ ନାୟକ ଙ୍କ ୭୭ତମ ମହାପରାୟଣ ଦିବସ ନିରାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଜିଲ୍ଲାପ୍ରଶାସନ ଓ ସୁଚନା ଲୋକସଂପର୍କ ବିଭାଗପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସର ପ୍ରତିଷ୍ଟିତ ସହୀଦ ଲକ୍ଷ୍ଣଣ ନାୟକ ପ୍ରତିମୂର୍ତୀ ନିକଟରେ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନା,ହରେକୃଷ୍ଣ କିର୍ତନିୟା,ରଂଜନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସହୀଦ ଲକ୍ଷ୍‌ଣନାୟକଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ସହିଦ ଲକ୍ଷମ୍‌ଣ ନାୟକଙ୍କ ବୁମୁଖି ପ୍ରତିଭା ସଂପର୍କରେ କହି ସହିଦ ଙ୍କ ସ୍ମୁତିଚାରଣ କରିଥଲେ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସହୀଦ ଲକ୍ଷ୍ଣଣ ନାୟକ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହେଉଥିବାର ଜାଣି ଭାମ୍ବେ କଲୋନି ବାସୀ ସେହି ପ୍ରତିମୂର୍ତି ନିକଟରେ ବଳିଦାନ ଦିବସ ପାଳିବା ପାଇଁ ନିସ୍ପତି ନେଇ ମୂର୍ତିଟିକୁ ପାଣିରେ ଧୋଇ ସଫାସୁତରା କରିଥିଲେ । ଏହି ପ୍ରତି ମୂର୍ତୀଟି ପ୍ରତି ପୌରପରିଷଦ ଅଣଦେଖା କରିଥିବାରୁ ବାଧ୍ୟହୋଇ ଭାମ୍ବେ କଲୋନୀର ଆଦିବାସୀ ମହିଳା,ପୁରଷ ଓ ପିଲାମାନେ କନୋନୀ ବାସି ଉକ୍ତ ପ୍ରତି ମୂର୍ତିକୁ ସମ୍ମାନ ଜଣାଇ ଡାଳ ଫୁଲ ଦେଇ ଉକ୍ତପ୍ରତି ମୂର୍ତିକୁ ପୁଜାଆରମ୍ଭ କରିଦେଇଥିଲେ । କଲୋନୀର ସମସ୍ତେ ମିଶି ସେଠାରେ ଆଜି ପାଳିଛନ୍ତି ବୀର ସହୀଦ ଲକ୍ଷ୍ଣଣନାୟକ ଙ୍କ ବଳିଦାନ ଦିବସ, ଏହି ଅବସରେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୁର୍ତୀରେ ମାଲ୍ୟର୍ପଣ କରି ମାଲକାନଗିରି ଜିଲ୍ଲା ହେଉଛି ସହୀଦ ମାଟି, ଏହି ମାଟିର ସନ୍ତାନ ମାନେ ଇଂରେଜ ସରକାରଙ୍କୁ ହଟାଇ ଦେଶକୁ ସ୍ୱାଧୀନ କରିବାପାଇଁ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ କେତେ ଯେ ସହୀଦ  ହୋଇଛନ୍ତି । ତେନ୍ତୁଲିଗୁମ୍ମା ଗ୍ରାମର ଭୁମିୟା ଆଦିବାସୀ ପରିବାର ର ଜଣେ ଆଦିବାସୀ ଯୁବକ ଦେଶକୁ ସ୍ୱାଧୀନତା ଆଣିବା ପାଇଁ ଶହୀଦ ହୋଇଗଲେ, ସେହି ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍‌ଣନାଏକ ଙ୍କ ପାଇଁ ଆଜି ଆମେ ମୁଣ୍ଡଉପରକୁ ଉଠାଇ ସ୍ୱାଧୀନ ଭାରତର ନାଗରିକ ଭାବେ ପରିଚୟ ଦେଉଥିବା ବେଳେ ଯିଏ ଆମକୁ ସ୍ୱାଧୀନତା ଦେଲେ ତାଙ୍କୁ ଆମେ ଭୁଲି ଯାଉଛନ୍ତି । ଅମର ଶହୀଦ ଲକ୍ଷ୍ଣଣ ନାୟକ ଦେଶକୁ ସ୍ୱାଧିନତା ଆଣିବାପାଇଁ ଇଂରେଜସରକାରଙ୍କ ସହ ସଂଗ୍ରାମକରି ହସି ହସି ଫାଶିଖୁଟଂରେ ଝୁଲିପଡିଥିଲେ । ବୀର ଲକ୍ଷ୍ଣଣ ନାୟକ ଇଂରେଜଙ୍କ ଫାସିଦଣ୍ଡକୁ ଖାତିର ନକରି ଜଣେ ଲକ୍ଷ୍ଣଣ କୁ ଫସିଦେଲେ ଶହ ସଂଖ୍ୟାରେ ସଂଗ୍ରମୀ ଲକ୍ଷ୍ଣଣ ଜନ୍ମନେବେ, ଦିନେ ନା ଦିନେ ଇଂରେଜ ମାନଙ୍କୁ ଦେଶରୁ ହଟାଇବେ କହି ହସି ହସି ଫାଶିଣ୍ଟଖୁଟଂରେ ଝୁଲିପଡି ଦେଶପାଇଁ ଶହୀଦ ହୋଇ ଗଲେ । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଆମର ସମ୍ମାନ ରହିବା ଦରକାର ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଭାମ୍ବେ କଲୋନୀର ମିଟୁ ହରିଜନ,ଦ୍ରୋପଦୀ ହରିଜନ,ମୁରଲି ହରିଜନ,ଭଗବାନ ମୁଦୁଲି,ସନ୍ୟାସି ମୁଦୁଲି,ଚିତଜାନି,ପଦ୍ମନାଭ ନିଆଲ,ବାଲି ଜାନୀ ପ୍ରମୁଖ ମହିଳା ,ପୁରଷ, ପିଲାମାନେ ଯୋଗଦେଇ ସହୀଦ ଲକ୍ଷ୍ଣଣ ନାୟକ ଙ୍କ ସ୍ମୁତିଚାରଣ କରିଥିଲେ । କରୋନା ସଂକ୍ରମଣ ଭୟ ଓ ଲକ ଡାଉନ ପାଇଁ କଲୋନୀର ଲୋକମାନେ ସାମାଜିକ ଦୂରତା ରକ୍ଷା କରି ଜଣେ ଜଣେ ପ୍ରତିମୂର୍ତୀ ନିକଟକୁ ଆସି ପୁଷ୍ପପ୍ରଦାନ କରି ସ୍ମୃତି ଚାରଣ କରିଥିଲେ । ଅନୁରୁପ ଭାବେ ଜିଲ୍ଲା ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଅମର ସହୀଦ ବୀର ଲକ୍ଷ୍ଣଣ ନାୟକ ଙ୍କ ୭୭ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୁଲିସର୍ଜେଟଂ ଜ୍ୟୋତି କୁମାର କିର,ସମାଜସେବୀ କେ. ଦେଶିରାଜୁ ଆଚାରୀ,ପ୍ରଦୀପ ଗୌଡ ସହୀଦ ଲକ୍ଷ୍ଣଣ ଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ । ଠିକ ସେହିପରି ସହୀଦ ଙ୍କ ଜନ୍ମପୀଠ ତେନ୍ତୁଲିଗୁମ୍ମା ଓ ମାଥିଲି ଠାରେ ମଧ୍ୟ ସହୀଦ ଲକ୍ଷ୍ଣଣନାୟକ ଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି ।