Odiapua.com

ମାଲକାନଗିରି ଜିଲ୍ଲାରେ ଶୀତର ଲହରୀ,ଶୀତବସ୍ତ୍ର ବିକ୍ରୀ ଆରମ୍ଭ

ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ଉତପ୍ତ ସହର ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲା ଶୀତର ଲହରୀ ଦେଖାଦେଇଛି । ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଗତ ଦୁଇଦିନ ହେଲା ଶୀତର ପ୍ରଭାବ ପଡିଛି,ଜିଲ୍ଲାରେ ଶୀତ ଦେଖା ଦେଇଥିବାରୁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ମାନେ ଶୀତବସ୍ତ୍ର ବିକ୍ରୀର ପସରା ମେଲି ଦେଇଛନ୍ତି । ଗ୍ରାହକ ମାନେ ନିଜ ନିଜ ପସନ୍ଦର ଶୀତବସ୍ତ୍ର କ୍ରୟ ଆରମ୍ଭ କରିଦେଇଛନ୍ତି । ବାହରକୁ ଭୀଷଣ ଥଣ୍ଡା ହୋଇ ହାତ ଗୋଡ ହେମାଳ ପଡି କାଲୁଆ  ମାରି ଦେଉଥିବାରୁ ଗ୍ରାମବାସୀ ମାନେ ବଡ ବଡ କାଠ ଗଣ୍ଡିରେ ନିଆଁ ଲଗାଇ ତାର ଚାରି ପଟେ ଘେରି ନିଆଁ ରେ ସେକିହୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ସାଧରଣତ ମାଲକାନଗିରି ଜିଲ୍ଲାରେ ଏହି ସମୟରେ ୩୦ରୁ ୩୫ ଡିଗ୍ରୀ ତାପମାତ୍ରା ରହିଥାଏ, ଜିଲ୍ଲାବସୀ ଦିନବେଳା କେବେ ବି ସାଲ କିମ୍ବା ଜ୍ୟାକେଟ ପିନ୍ଧି ନଥାନ୍ତି । ଆଜି ତାପମାତ୍ରା ୨୨ ଡିଗ୍ରୀକୁ ଖସି ଆସିଥିବାରୁ ପରିସ୍ଥିତ ସଙ୍ଗୀନ ହୋଇ ପଡିଥିଲା,ଜିଲ୍ଲାବାସୀ ଦିନତମାମ ଜ୍ୟାକେଟ ପିନ୍ଧି ସାଲ ଘୋଡେଇ ହୋଇ ନିଜ ନିଜ କାମ କରୁଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଜିଲ୍ଲାରେ  ଶୀତ ଆରମ୍ଭ ହୋଇ ଯାଇଥିଲେ ବି ଗରିବ ଆଦିବାସୀ ଲୋକମାନଙ୍କର ଶୀତବସ୍ତ୍ର ନଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ସେମାନେ ଘର ଆଗରେ ବଡ ବଡ କାଠଗଣ୍ଡି ଜାଳି ନିଆଁ ଚାରି ପାଖରେ ବସି ନିଜଦେହକୁ ସେକି ହେଉଥିବାର ଦେଖାଯାଉଛି ।ଏମିତି କି ରାତ୍ରରେ ସେହି ନିଆଁ  ଚର୍ତୁପାଶ୍ୱର୍ରେ ପରିବାର ସହ ଶୋଇ ଯାଇଥାନ୍ତି । ଗରିବ ଲୋକଙ୍କ କମ୍ବଳ ପାଲଟିଛି କାଠ ନିଆଁ,ଜିଲ୍ଲାପ୍ରଶାସନ ପକ୍ଷରୁ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଦାବି ହେଉଛି