Odiapua.com

ମାଲକାନଗିରି ଜିଲ୍ଲାରେ ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

ମାଲକାନଗିରି,୧ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାପାଳ ବୀଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ମେଘ ଉତ୍ସବ ପାଳିତ ହୋଇ ଯାଇଛି । ଓଡିଆ ଭାଷା,ସାହିତ୍ୟ ସଂସ୍କୃିତି ବିଭାଗ,ଓଡିଶା ନାଟକ ଏକାଡେମୀ,ଓଡିଶା ଲଳିତ କଳା ଏକାଡେମୀ ଓ ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ଜିଲ୍ଲାସଂସ୍କୃତି ଭବନଠାରେ ରାଜ୍ୟସ୍ତରୀୟ ମେଘ ଉତ୍ସବ ପାଳନର ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ ଓଡିଆ ଭାଷାସହିତ୍ୟ ସଂସ୍କୃିତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମଲ୍ୟବନ୍ତଗିରି ମାଟି ମାଲକାନଗିରି ଜିଲ୍ଲା କଳାସଂସ୍କୃତିରେ ଭରପୁର,ରାଜ୍ୟ ସଂସ୍କୃିତି ବିଭାଗ ପ କ୍ଷରୁ ଏହି ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯିବ,ଆଦିବାସୀ ମାନଙ୍କ ନୃତ୍ୟ ସଂଗୀତ କୁ ଦେଶ ବିଦେଶ ଦରବାରରେ ପ୍ରତିଷ୍ଟା କରାଯିବ ,ମାଲକାନଗରି ବିଏଲପୁର ଲୋକକଳା ଗ୍ରାମ ରେ ୨ ଏକର ଜମିରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୁତନ ନାଟ୍ୟମଣ୍ଡପ ନିର୍ମାଣ ହୋଇ ସେଠାରେ ବିଭିନ୍ନ ସମୟରେ ଲୋକକଳା ପ୍ରଦର୍ଶନ କରାଯିବ ବୋଲି କହିବା ସହ ମାଲକାନଗିରି ଜିଲ୍ଲାର ଲୋକକଳା ଉତ୍ସବକୁ ସପ୍ତାଧାରା ଉତ୍ସବ ଭାବେ ନାମକରଣ କରାଗଲା ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସଭାମଚଂରେ ଘୋଷଣାକରିଥିଲେ । ଏହି ଅବସରେ ବିଶିଷ୍ଟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ,ସମ୍ମାନନୀୟ ଅତିଥି ଭାବେ ଓଡିଆ ଭାଷା ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଡ.ସୁରେଶ ଚନ୍ଦ୍ର ଦଳାଇ,ସଂସ୍କୃତି ବିଭାଗ ସଚିବ ରଜଂନ କୁମାର ଦାସ,ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଦ କୁମାର ରଥ ଯୋଗ ଦେଇଥିଲେ, ଶେଷରେ ଓଡିଶା ଲଳିତ କଳା ଏକାଡେମୀ ର ସଚିବ ପଚାଂନନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଓଡିଶୀ ନୃତ୍ୟ,ବିଭିନ୍ନ ସଂଗୀତ,ନାଟକ,ଲୋକ ନୃତ୍ୟ,ଆଦିବାସୀ ନୃତ୍ୟ ସହିତ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଶଷ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ଅକ୍ଷୟକୁରାମ ଖେମୁଣ୍ଡୁ,ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଉତ୍ସବ ମଚଂରେ ଉଦଘୋଷିକା ଭାବେ ସିନେକଳାକାର ମଧୂମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାସୂଚନା ଲକୋସଂପର୍କ ବିଭାଗର ହରେକୃଷ୍ଣ କିର୍ତନିୟା,ରଂଜନ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଆଜି ସନ୍ଧ୍ୟାର ସାଂସ୍କୃତି କାର୍ଯ୍ୟାକ୍ରମରେ ମାଲକାନଗିରି ସହରର ଶତାଧିକ ଦର୍ଶକ ଉପସ୍ଥିତ ରହି ସାଂସ୍କୃତି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।