Odiapua.com

ମାଲକାନଗିରି ଜିଲ୍ଲାରେ ଯାଦବ ମହାସଭା,ଗରିବଙ୍କୁ କମ୍ବଳ ବଟଂନ

ମାଲକାନଗିରି,୧୧ ।୧(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ଯାଦବ ସମାଜ ପକ୍ଷରୁ ଗୌଡଗୁଡା ଗ୍ରାମଠାରେ ବିଶାଳ ଯାଦବ ସମାବେଶ ଜିଲ୍ଲା ସଭାପତି ପରମେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ଯାଦବ ମହାସଭାର ସଭାପତି ବିଜୟ ଯାଦବ,ମୁଖ୍ୟବକ୍ତାଭାବେ ସଂଗ୍ରାମ ପୋଲେଇ ଯାଦବ,ସମ୍ମାନିତ ଅତିଥିଭାବେ ପି.ସି.ବାରିକ,ଭରତଚନ୍ଦ୍ର ଦାସ,ମଦନମୋହନ ନାୟକ,ଶଦାଶିବ ଗୌଡ,ବୁଲୁଗୌଡ ଯୋଗଦେଇ ଯାଦବ ସଂପ୍ରଦାୟଙ୍କୁ ଅନ୍ୟାନ ସଂପ୍ରଦାୟଙ୍କ ପରି ସମସ୍ତପ୍ରକାର ସରକାରି ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଦାବିକରି ଏହି ମହାସଭାର ତାତପର୍ଯ୍ୟ ସଂପର୍କ କହିଥିଲେ । ଏହି ସମାବେଶରେ ଅନ୍ୟାନ ମାନଙ୍କ ମଧ୍ୟରେ ଡ.ଶ୍ରୀକାନ୍ତ ପାତ୍ର,ଦିଲିପ କୁମାର ଦାସ,ଉପେନ୍ଦ୍ର ଗୌଡ,ବାବୁଲା ଗୌଡ,ଗଙ୍ଗାଧର ଗୌଡ,ମଙ୍ଗରାଜ ହନ୍ତାଳ, ସନାତନପୁଜାରୀ,ଶ୍ରୀନାଥ ମହାକୁଡ ପ୍ରମୁଖ ଉପସ୍ଥିତ ରହି ଯାଦବ ସଂପ୍ରଦାୟର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶତାଧିକ ଯାଦବ ସଂପ୍ରଦାୟର ମହିଳା ଓ ପୁରଷ ମାନେ ଯୋଗଦେଇଥିଲେ ।ଶେଷରେ ଗୌଡଗୁଡା ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଯାଦବ ମହାସଭା ପକ୍ଷରୁ ଅତିଥିମାନଙ୍କ ଦ୍ୱାରା କମ୍ବଳ ବଟଂନ କରାଯାଇଥିଲା