Odiapua.com

ମାଲକାନଗିରି ଜିଲ୍ଲାରେ ଯାଦବ ମହାସଭା,୭ଦଫା ଦାବିନେଇ ସୋଭାଯାତ୍ରା ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଯାଦବ ସମାଜ

ମାଲକାନଗିରି,୫ା୧୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ଆଜି ସକାଳେ ଉତ୍କଳ ଯାଦବ ମହାସଭା ପକ୍ଷରୁ ସାତଦଫା ଦାବିନେଇ ସୋଭାଯାତ୍ରା କରିବାସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି , ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ପ୍ରାୟ୪ହଜାରରୁ ଉର୍ଦ୍ଦ ଯାଦବ ସମାଜର ପୁରଷ ମହିଳା ମାନେ ବିରାଟ ସୋଭା ଯାତ୍ରାରେ ସହର ପିରକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କୁ ସାତଦଫା ଦାବି ସମ୍ବୋଳିତ ଏକ ସ୍ମାରକପତ୍ର ଦେଇଥିଲେ । ଦାବିଗୁଡିକ ମଧ୍ୟରେ ମୁଖ୍ୟତ ଯାଦବ(ଗଉଡ) ଜାତିକୁ ଗିରିଜନ ମାନ୍ୟତା ଦିଆ ଯାଉ,ଶିକ୍ଷା,କୃଷି,ଚାକିରୀ କ୍ଷେତ୍ରରେ ଆଗ୍ରାଧୀକାର ଦିଆ ଯାଉ,ଗୋ ଚାରଣ ନିମନ୍ତେ ଗୋଚର ଜମି ଯୋଗାଇ ଦିଆଯାଉ,ଗଉଡ ଜାତିର ଦଖଲରେ ଥିବା ଜଙ୍ଗଲଜମି ର ପଟ୍ଟା ଯୋଗାଇ ଦିଆ ଯାଉ,ସରକାରି ସ୍ଥଳରେ ରାଜନୈତିକ ସଂରକ୍ଷଣ କରାଯାଉ,ପ୍ରଚଳିତ ଆବାସିକ ଶିକ୍ଷା,ସୁବିଧା ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗଉଡ ଛାତ୍ର ଛାତ୍ରୀ ମାନଙ୍କୁ ଲାଗୁ କରାଯାଉ,ପ୍ରତ୍ୟେକ ଜିଲ୍ଲାସଦର ମହକୁମା ମାନଙ୍କରେ ଯାଦବ ଭବନ ପ୍ରତିଷ୍ଟା କରାଯାଉ ବୋଲି ଉଲେଖ୍ୟରହିଛି । ମଧ୍ୟାହ୍ନରେ ସ୍ଥାନୀୟ ଡିଏନକେ ଖେଳ ପଡିଆରେ ଯାଦବ ମହାସଭାର ଜିଲ୍ଲା ସଭାପତି ପରମେଶ୍ୱର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହାସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଡମ୍ବରୁସିସା,ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ପ୍ରଦୀପକୁମାର ବେହେରା,ସମ୍ମାନିତ ଅତିଥି ଭାବେ ମଦନମୋହାନ ନାୟକ,ରାଜେନ୍ଦ୍ର ଗୈଡ,ହୃଷିକେଶ ଗୌଡ, କିର୍ତି ନାୟକ,ମମତା ମଜଂରି ଥାପା,ସରୋଜ ବେହେରା,ଉପଦେଷ୍ଟା ସାଥୀରାମ ନାୟକ,ରବିବେହେରା,ଦିଲ୍ଲୀପ କୁମାର ଦାସ,ଭାବଗ୍ରାହୀ ନାୟକ,ଅମିତ ନାୟକ,ମଦନ ମୋହନ ନାୟକ,ସନାତନ ପୂଜାରୀ.ମଙ୍ଗରାଜ ହନ୍ତାଳ,ଶ୍ରୀନାଥ ମାହାକୁଡ,ରାମପାଙ୍ଗି,ସମର କେଶରୀ ବାରିକ,ହାଡିପା ଗୌଡ,ଉପେନ୍ଦ୍ରଗୌଡ,ପ୍ରଫୁଲକୁମାର ଦାସ,ଲକ୍ଷ୍ମିଧର ଲିଆଲ, ପ୍ରମୁଖ ଯୋଗଦେଇ ଯାଦବ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବିଗୁଡିକ ସଂପର୍କରେ କହିଥିଲେ ।ପ୍ରଥମେ ମାଲକାନଗିରି ଜିଲ୍ଲା ଯାଦବ ସହାସଭାର ଉପ ସଭାପତି ସନାତନ ପୂଜାରୀ  ସଭାର ଆଭି ମୁଖ୍ୟସଂପର୍କରେ ସୁଚନା ଦେବାସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲାସଂପାଦକ ସଦାଶିବ ଗୈଡ ଜିଲ୍ଲାର ବାର୍ଷିକ ବିବରଣି ପାଠକରିଥିଲେ । ଏହି ଯାଦବ ମହାସଭାରେ ମାଲକାନଗିରି ,ନବରଂଗପୁର , କୋରାପୁଟ ଜିଲ୍ଲା ର ବିଭିନ୍ନ ଗ୍ରାମାଅଚଂଳରୁ ପ୍ରାୟ ୪ହଜାରରୁ ଉର୍ଦ୍ଦ ଯାଦବ ମାନେ ଯୋଗଦେଇଥିଲେ ।