Odiapua.com

ମାଲକାନଗିରି ଜିଲ୍ଲାରେ ମା ଦୁର୍ଗାଙ୍କ ମହାଷ୍ଠମୀ ପୂଜା, ପୂଜା ମଣ୍ଡପ ବୁଲିଲେ ବିଧାୟକ

ମାଲକାନଗିରି, ୬ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା ଜଗତ ଜନନୀ ଦୁର୍ଗାଦେବୀଙ୍କ ମହାଷ୍ଠମୀ ପୂଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାସଦର ମହକୁମାଠାରେ ହୋଇଥିବା ମାଦୁର୍ଗାଙ୍କ ୬ଟି ପୂଜାମଣ୍ଡପ ବୁଲି ମା ଙ୍କ ଅଷ୍ଠମୀପୂଜାରେ ଯୋଗଦେଇ ପୂଜାକମଟି ଓ ଭକ୍ତ ମାନଙ୍କ ସୁବିଧା ଅସୁବିଧା କଥାପଚାରି ବୁଝିଛନ୍ତି ମାଲକାନଗିରି ବିଧାୟକ ଅଦିତ୍ୟ ମାଢି। ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ମାଙ୍କର ମହାନବମୀ ପୂଜା ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ସୁବାଷବୋଷ ଟାଉନକ୍ଲବ ରେ ଭିନ୍ନ ଶୈଳୀରେ ଚାନ୍ଧିମେଢରେ ମା ଦୁର୍ଗାଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଇଛି।ମା ଦୁର୍ଗା ସିଂହ ବାହାନରେ ବିଜେହୋଇ ସମୁଦ୍ରଘୋଡାରେ ପିରକ୍ରମା କରିବା, ନିକଟରେ ଗଣେଶ, କାର୍ତିକ, ଲକ୍ଷ୍ମୀ, ସରସ୍ୱତୀ, ପାଦତଳେ ମହିଂଷା ଅସୁର ଦୃଶ୍ୟ ଭକ୍ତ ଓ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି। ପୂଜା ମଣ୍ଡପରେ ରାଜପୁରୋହିତ ପଣ୍ଡିତ ବିନାୟକ ସତପଥୀ ଓ ପଣ୍ଡିତ ଅମରେନ୍ଦ୍ର ମିଶ୍ର, ତାରା ପ୍ରସାଦ ମିଶ୍ର, ସଙ୍କର ମିଶ୍ର, ଅଜିତ କୁମାର ହୋତା ମହାନବମୀ ର ପୂଜା ପାଠସହ ହୋମ ଯଜ୍ଞ କରିଥିଲେ। ଦୁର୍ଗାଗୁଡିସାହି ଠାରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ଆଜି ମାଙ୍କର ନବମୀ ପୂଜା ଆରମ୍ଭ ହୋଇ ମା ଙ୍କ ପୀଠରେ ନବକନ୍ୟାଙ୍କୁ ପୂଜା କରାଯାଇଥିଲା। ମା ଦୁର୍ଗାଙ୍କ ନବମୀ ତିଥି ରେ ନଅଜଣ କୁଆଁରୀ ଝିଅଙ୍କୁ ବିଭିନ୍ନ ଦେବୀ ବେଶରେ ସଜାଇ ପୁଜକ ଓ ଭକ୍ତମାନେ ପୂଜାକରିବା ଦୃଶ୍ୟକୁ ଦର୍ଶକମାନେ ମନଭରି ଉପଭୋଗକରିଥିଲେ। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ସୁବାଷବୋଷ ଟାଉନକ୍ଲବ, ଡିଏନକେ ଛକ ମେଢ, ଡିଏନକେ ମଇଦାନ ସର୍ବାଜନିନ ଦୁର୍ଗାପୂଜା ମେଢ, କଲେଜଛକ ନୁଆଗୁଡା ଦୁର୍ଗାମେଢ ସହିତ ଅନେକ ଗୁଡିଏ ଦୁର୍ଗାମେଢ ନିକଟରେ ଆଜିଠାରୁ ଆଡମ୍ବର ସହକାରେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇ ଯାଇଛି। ପାଗ ଅନୁକୁଳ ଥିବାର ବିଭିନ୍ନ ପୂଜା ମଣ୍ଡପନିକଟରେ ଶତାଧିକ ଭକ୍ତମାନଙ୍କ ଭଡିଲାଗିଥିଲା। ପୂଜାମଣ୍ଡପଗୁଡିକୁ ଅଧିକ ଆକର୍ଷଣକରିବା ପାଇଁ ସୁ ଉଚ୍ଚ ତୋରଣ, ଆଲୋକସଜା ବ୍ୟବସ୍ଥା ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ଓ ଦର୍ଶକ ମାନଙ୍କ ପାଇଁ ପ୍ରସାଦର ସେବନର ବ୍ୟବସ୍ଥାକରା ଯାଇଛି। ପ୍ରତିଦିନ ସଂନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭଜନସଂନ୍ଧ୍ୟାର କାର୍ଯ୍ୟକ୍ରମ ସାଙ୍ଗକୁ ଦେଶିଆନାଟ ପରିବେଷଣ କରାଯାଉଛି। ବିଶେଷ କରି ଜିଲ୍ଲାପୁଲିସ ଦୁର୍ଗାମେଢ ନିକଟରେ ବିଭିନ୍ନ ଜନସଚେତନତା ଧର୍ମୀ ମଣ୍ଡପ କରା ଯାଇ ନାନାପ୍ରକାର ମୂର୍ତ୍ତୀ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଜିଲ୍ଲା ପୁଲିସ ଦୁର୍ଗାମେଢ ନିକଟରେ ବିନା ହେଲମେଟରେ ଗାଡି ଚଳାଇ ଫୋନକରି ଦୁର୍ଘଟଣା ଘଟାଇବା, ବନ୍ୟପ୍ରାଣୀସୁରକ୍ଷା ଦେବା, ମାଓବାଦୀ ପୁଲିସ ଗୁଳିବନିମୟ ରେ ଦୃଶ୍ୟ ଚମକ୍ରାର ହେବାସହିତ ପ୍ରତିମୂର୍ତ୍ତି ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା। ଏହାଦେଖିବା ପାଇଁ ଦର୍ଶକମାନଙ୍କର ଭିଡ ଲାଗିଥିଲା। ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଲକ କତାମେଟା, ବାଲିମେଳା, ପାଣ୍ଡ୍ରୀପାଣି, ପାଦ୍ମଗିରି, ଏମଭି7, ଏମ୭୯, ଏମଭି୭୨, ଏମଭି୧୭, ଏମଭି୧୫, ଚିତ୍ରକୋଣ୍ଡା, ତାର୍ଲାକୋଟା, ବିଭିନ୍ନ ସହରବଜାର ଓ ପଚାଂୟତର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା ଦୁର୍ଗାଙ୍କ ଅଷ୍ଠମୀ ପୂଜା ପାଳିତ ହୋଇ ଯାଇଛି। ବିଭିନ୍ନ ପୂଜା ମଣ୍ଡପନିକଟରେ ଭକ୍ତ ଓ ଦର୍ଶକ ମାନଙ୍କଭିଡ ଲାଗି ଯାଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।