Odiapua.com

ମାଲକାନଗିରି ଜିଲ୍ଲାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ , ପ୍ରଥମ ପର୍ଯ୍ୟାରେ ଚାଷୀଙ୍କ ଠାରୁ ୩୦ହଜାର କୁଇଂଟାଲ ମାଣ୍ଡିଆ କ୍ରୟ ହେବ

ମାଲକାନଗିରି,୭ା୧(ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ ଉନ୍ନତମାନର ମାଣ୍ଡିଆ ଚାଷ ହୋଇଥିବାରୁ ଚଳିତ କରିପ ବର୍ଷପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ହଜାର କି୍ୱଟାଂଲ ମାଣ୍ଡିଆ ଚାଷୀମାନହ୍‌କ ଠାରୁ କ୍ରୟ କରାଯିବାପାଇଁ ଜିଲ୍ଲାପ୍ରଶାସନ ପ କ୍ଷରୁ ନିସ୍ପତି ନିଆଯାଇଛି । ଆଜି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଠାରେ ଜିଲ୍ଲାପାଳ ଡ.ୟେଦୁଲା ବିଜୟ ମାଣ୍ଡିଆ ମଣ୍ଡି କୁ ଉଦଗାଟନ କରି ଶୁଭାରମ୍ଭ କରିଛନ୍ତି । ଏହି ମଣ୍ଡି ଉଦଘାଟନ ରେ ଅନ୍ୟାନ ମାନଙ୍କ ମଧ୍ୟରେ ତହସିଲଦାର ଗୁମିନିଧି ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୌଳାସ ଚନ୍ଦ୍ର ସ୍ୱାଇଁ,କୋରକୁଣ୍ଡା ବ୍ଲକ ବିଡିଓ ଅଂଶୁମାନ ମହାପାତ୍ର,ଓଡିଶା ମିଲଟ ମିଶନ ପ୍ରକଳ୍ପ ଅଧିକାରୀ ମନଶ୍ୱନୀ ମହାପାତ୍ର, ବଲ୍କ ଅଧ୍ୟକ୍ଷା ସାବିତ୍ରୀ ପଡିଆମି,ନିୟନ୍ତ୍ରୀ ବଜାର କମଟି ସଂପାଦକ ଗୁରୁଚରଣ ନାୟକ,ସହାକରି କୃଷି ଅଧିକାରୀ ରାଜେନ୍ଦ୍ର ସାହୁକାର, ଏଆରସିଏସ ପ୍ରମୋଦ ରାଉତ,ମିଲଟମିଶନ ଜିଲ୍ଲା ସଂଯୋଜକ ଅନିକେତ ଲକେରୀ,ଲ୍ୟାମ୍ପସ କର୍ମଚାରୀ, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ମାଲକାନଗିରି ଲ୍ୟାମ୍ପସ ଅଧିନ ପଦ୍ମଗିରି,ମାର୍କାପାଲି,ସିନ୍ଦ୍ରୀମାଳ, ମାଥିଲି ଲ୍ୟାମ୍ପସର ସାଲିମ,ଧୁଙ୍ଗିଆପୁଟ,ରାମାଗୁଡା, ନାୟକଗୁଡା, ବି.କରାପାଲି, ଚାଉଳମେନ୍ଦି,ବଣ୍ଡାଲ୍ୟାମ୍ପସର ମାଡକାପଦର,ବଡଡୁରାଲ, ଗୋବିନ୍ଦପାଲି, ଖଇରପୁଟ, ପୋଡାଘାଟ,କୁଡୁମୁଲୁଗୁମ୍ମା ଲ୍ୟାମ୍ପସର ବଡପଦର,ନାକାମାମୁଡି, କେ.ଗୁମ୍ମା,ଜନ୍ତାପାଇ,କୋରକୁଣ୍ଡା ଲ୍ୟାମ୍ପସର ପୁରୁଣାଚିମୁଟାପାଲି, ପପୁଲୁର,ଚିତ୍ରକୋଣ୍ଡା,ଚିତାପାରି, ଡୁଡାମେଟା, ରାଲେଗଡା, ଦୋରାଗୁଡା କାଲିମେଳା ଲ୍ୟାମ୍ପସର ଉଣ୍ଡୁରକୋଣ୍ଡା,ପଡିଆ ଲ୍ୟାମ୍ପସ ର ଏମଭି୭୯ ଠାରେ ମାଣ୍ଡିଆ ମଣ୍ଡିଖୋଲା ଯାଇ ସେଠାରୁ ଚାଷୀ ମାନଙ୍କ ଠାରୁ କ୍ୱିଟାଂଲ ପିଛା ୩୨୯୫ଟଙ୍କା ଦରରେ କ୍ରୟକରାଯିବା ପାଇଁ ନିସ୍ପତି ନିଆଯାଇଛି । ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ତାର୍ଲାକୋଟା ଗ୍ରାମ ଠାରେ ପ୍ରଥାମକରି ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଥିବାରୁ ମାଣ୍ଡିଆ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ସେମାନେ ଅମଳକରିଥିବା ମାଣ୍ଡିଆ ବିକ୍ରି କରିବା ପାଇଁ ମଣ୍ଡିକୁ ଆଣିଥିବାର ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଚଂଳର ଗ୍ରାମବାସୀ ମାନେ ଭୋକ ମେଟାଂଇବାପାଇଁ ମାଣ୍ଡିଆ ଜାଉ ଖାଇଥାନ୍ତି, ମାଣ୍ଡିଆ ଏକ ବହୁତ ଉପକାରି ଶସ୍ୟ,ମାଣ୍ଡିଆ ଏକ ସୁଷମ ଓ ଶକ୍ତି ବର୍ଦ୍ଦକ ଖାଦ୍ୟ ।ଧାନ ଅପେକ୍ଷା ମାଣ୍ଡିଆରେ ଅଧିକ ଖାଦ୍ୟସାର ଓ ଶକ୍ତି ଭରପୁର ହୋଇ ରହିଥିବାରୁ ଏହାକୁ ବନବାସି ମାନେ ଆଦରର ସହିତ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରିଥାନ୍ତି ।