Odiapua.com

ମାଲକାନଗିରି ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ,ଯାନବାହନ ଚଳାଚଳ ଠପ୍

ମାଲକାନଗିରି,୮ା୧(ଓଡିଆ ପୁଅ ) ୧୨ଦଫା ଦାବିନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ୧୦ଟି ଶ୍ରମିକ ସଂଗଠନ ସହ କଂଗ୍ରେସ,ସିପିଆଇ ଏମ,ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୪୮ଘଟାଂ ଭାରତ ବନ୍ଦ ଡାକରାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ପଡିଛି । ଆଜି ସକାଳ ୬ଟା ଠାରୁ  ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳା ବନ୍ଦରହିବାସହ ସରକାରି  ବେସରକାରି ଅଫିସ,ଦୋକାନବଜାର. ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ,ସବୁ ବନ୍ଦ ହୋଇଯାଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତି । ସିପିଆଇଏମ ଜିଲ୍ଲା ସଂପାଦକ ବ୍ରଜମାଝି. ଦେବା ମାଢି,ମାଧବ ଭୂମିୟା,ଲକିନାଥ ମାଡକାମି, ଶାନ୍ତୀ ଗୋଲରୀ, ଇର୍ମା ମାଡକାମି, ଓ କଂଗ୍ରେସ ଦଳର ପର୍ଶୁରାମ ଭକ୍ତ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ବିଭିନ୍ନ ଟ୍ରେଡ ୟୁନିୟନର କର୍ମକର୍ତା ମାନେ ଏହି ବନ୍ଦ ଆନ୍ଦୋଳନ ଓ ହରତାଳରେ ଉପସ୍ଥିତ ରହି ବସଷ୍ଟାଣ୍ଡ,ବାଲିମେଳା ଛକ, କୋର୍ଟ ଛକ,ଡିଏନକେ ଛକ,ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇ ଆନେ୍ଦାଳନ କରିଥିଲେ ।ଜିଲ୍ଲାର କାଲିମେଳା,ପିଡଆ,ମୋଟୁ,ଚିତ୍ରକୋଣ୍ଡା,କୋରକୁଣ୍ଡା,ଖଇରପୁଟ,ମାଥିଲି,ବାଲିମେଳା,ଗୋବିନ୍ଦପାଲି ସହ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦଡାକରା ଦିଆ ଯାଇଛି । ଆଜି ମାଲକାନଗିରି ମଙ୍ଗଳବାର ସାପ୍ତାହିକ ହାଟ ଥିଲେ ମଧ୍ୟ ଯାନବାହନ ବନ୍ଦ ରହିଥିବାରୁ ହାଟକୁ ବେପାରି ମାନେ ଆସି ପାରିନଥିଲେ । ବିଶେଷ କରି ଆନ୍ଦୋଳନକାରି ମାନେ ମାଲକାନଗିରି ଜିଲ୍ଲା ମୁଖ୍ୟ ଏସବିଆଇ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଚଂ ପକାଇ ବସିରହିଥିବାରୁ ଏସବିଆଇ ଶାଖା ପରିଚାଳକ ଓ ଅନ୍ୟାନ କୌଣସି କର୍ମଚାରୀ ମାନେ ଭିତରକୁ ଯାଇ ନପାରି ଫେରି ଯାଇଥିଲେ ।  ଏହି ଭାରତ ବନ୍ଧ ଡାକରାରେ ଘରୋଇ ବସ ଓ ରାଜ୍ୟପରିବହନ ନିଗମ ବିଭାଗ ଛାନିଆ ହୋଇ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ କରିଦେଇଛନ୍ତି ।  କେତକ ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସ ଷ୍ଟାଣ୍ଡ ଠାରେ ଅଟକିରହିଛି, ମାଲକାନଗିରି ଜିଲ୍ଲାର ବିଭିନ୍ନ ୩୧ଟି ରୁଟକୁ ସରକାରି ବସ ଚଳାଚଳ କରିଥାଏ,ବିଶେଷ କରି ମାଲକାନଗିରି ଠାରୁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା. ବିଜୟନଗରମ,ଭୁବନେଶ୍ୱର,ବ୍ରହ୍ମପୁର, ଆସକା, ବଲାଙ୍ଗିର, ଖଡିଆଳ, ଅନେକ ଦୂରଗାମି ସରକାରି ବସ ଗୁଡିକ ବନ୍ଦରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀ ବାହି ବସଗୁଡିକ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି