Odiapua.com

ମାଲକାନଗିରି ଜିଲ୍ଲାରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ

ମାଲକାନଗିରି,୨୪ା୬ (ଓଡିଆ ପୁଅ ) ଜିଲ୍ଲା ଆଦିବାସୀ କର୍ମାଚାରି ସଂଘ ପକ୍ଷରୁ ମାଲକାନଗିରି ବ୍ଲକ ଗୌଡଗୁଡା ପଚାଂୟତ ଗରେଇଗୁଡା ଆଦିବାସୀ ଗ୍ରାମରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ସହକାରି ଜିଲ୍ଲାପାଳ ଜଗଦୀଶ କାର୍ତାମି,ମୁଖ୍ୟବକ୍ତାଭାବେ ଜିଲ୍ଲା ଆଦିବାସୀ ସମାଜ ମହା ସଂଘର ସଭାପତି ଘନଶ୍ୟାମ ମାଡକାମି,ଅନ୍ୟତମ ଅତିଥି ଭାବେ ଉପଦେଷ୍ଠା ଘେନୁ ମୁଦୁଲି,ସଂପାଦକ ରବିନ୍ଦ୍ର ନାଥ ମାଢ,ି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘର ସଭାପତି ମାଡା ମାଡକାମି ଯୋଗଦେଇ ଗଣ୍ଡଓ୍ୟାନା ବୀରାଙ୍ଗନା ରାଣୀ ଦୁର୍ଗାବତୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରି ତାଙ୍କର ମହୁମୁଖି ପ୍ରତିଭା ସଂପର୍କରେ କହିବା ସହିତ ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଅବସରେ ଗରେଇଗୁଡା ଗ୍ରାମର ଗରିବ ଅସହାୟ ଆଦିବାସୀ ପରିବାରଙ୍କୁ ରିଲିଫ ସାମଗ୍ରୀ ବଟଂନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିହର ପଡିଆମି,ଆନନ୍ଦ ମାଢି,ରଘୁନାଥ ନାୟକ,ଜୟରାମମାଢି,ଦେବେନ୍ଦ୍ର ମାଡକାମି,ଗୁପ୍ତ ମାଢି,ଜଗନ୍ନାଥ ପଡିଆମି ପ୍ରମୁଖ କର୍ମକର୍ତା ଉପସ୍ଥିତି ରହି ରାଣୀ ଦୁର୍ଗାବତୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି ।