Odiapua.com

ମାଲକାନଗିରି ଜିଲ୍ଲାରେ ବିଶ୍ୱଧରିତ୍ରୀ ଦିବସ, ପ୍ରଦୁଷଣ ଓ ଜଙ୍ଗଲ ଅବକ୍ଷୟ ପାଇଁ ପରିବେଶ ସନ୍ତୁଳିତ ହେଉଛି

ମାଲକାନଗିରି, ୨୨ା୪(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ବନବିଭାଗ ପକ୍ଷରୁ ବିଶ୍ୱଧରିତ୍ରୀ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଆଜି ସକାଳେ ଜିଲ୍ଲା ବନାଧିକାରୀ କାର୍ଯ୍ୟାଳୟ ପରିସରରେ ବିଶ୍ୱଧରିତ୍ରୀ ଦିବସ ଅବସରେ ମୁଖ୍ୟଅତିଥି ଭାବେ ବନଖଣ୍ଡଅଧିକାରୀ ପ୍ରଦୀପ ମିରାସେ ଯୋଗଦେଇ ଆୟୋଜିତ ଶୋଭାଯାତ୍ରାକୁ ସବୁଜପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ବନବିଭାଗର ସମସ୍ତଅଧିକାରୀ ଓ କର୍ମଚାରୀମାନେ ବିରାଟ ସୋଭା ଯାତ୍ରାରେ ସହରପରିକ୍ରମା କରି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗାଇ ଗଛକାଟିବା, ଜଙ୍ଗଲରେ ନିଆଁ ଲଗାଇବା, ବନ୍ୟପଷୁଶିକାର ବନ୍ଦକରିବା ସହି ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବାପାଇଁ ସ୍ଲୋଗାନ ଦେଇଥିଲେ। ଏହି ଅବସରେ ଆନ୍ତର୍ଜାତିକ ପୃଥିବୀ ଦିବସର ବାର୍ତ୍ତା ଦେବାସହିତ ଜିଲ୍ଲାକୁ ପ୍ରଦୁଷଣ ମୁକ୍ତ କରି ସବୁଜବଳୟରେ ପରିଣତ କରିବା ପାଇଁ ଜନସଚେତନତା ସୃଷ୍ଟିକରିଥିଲେ। ଶୋଭାଯାତ୍ରା ସରିବା ପରେ ବନଖଣ୍ଡକାର୍ଯ୍ୟାଳୟ ପରିସର ସଭାଗୃହରେ ବିଶ୍ୱଧରିତ୍ରୀ ଦିବସ ସଂପର୍କରେ ଏକ ସଭାର ଆୟୋଜନ କରାଯାଇଥିଲା। ସବୁଜବଳୟ ପାହଡ ପବ ର୍ତ ଘେରାରେ ଥିବା ମାଲକାନଗିରିରେ ଏବେ ଜଙ୍ଗଲ ଦୃତ ଅବକ୍ଷୟ ସାଙ୍ଗକୁ କଂକ୍ରୀଟ ଜଙ୍ଗଲରେ ଭରପୁର ହୋଇ ପରିବେଶ ସନ୍ତୁଳିତ ହେଉଛି। କଂକ୍ରିଟ ଜଙ୍ଗଲରୁ ଦୁରେଇ ରହି ନିଜ ନିଜ ବାଡିବଗିଚା ଓ ସହରରେ ସବୁଜବଳୟ ସୃଷ୍ଟିକରି ପରିବେଶକୁ ପ୍ରଦୂଷଣମୁକ୍ତ ରଖି ନିଜେ ସୁସ୍ଥ ରହିବା ସହିତ ଅନ୍ୟମାନଙ୍କୁ ସୁସ୍ଥରଖନ୍ତୁ ବୋଲି ଡିଏଫଓ ଶ୍ରୀ ପି.ମିରସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ସହକାରି ବନସଂରକ୍ଷକ ଶ୍ରୀ ଶ୍ରୀକାନ୍ତ ନାୟକ, ଜଗଦୀଶ ପଟ୍ଟନାୟକ, ରେଞ୍ଜର ବାସୁଦେବ ନାୟକ ପ୍ରମୁଖ ଯୋଗଦେଇ ବିଶ୍ୱଧରିତ୍ରୀ ଦିବସର ତାତ୍ପର୍ଯ୍ୟତା ସଂପର୍କରେ ସୂଚନାଦେଇଥିଲେ।