Odiapua.com

ମାଲକାନଗିରି ଜିଲ୍ଲାରେ ବିଶ୍ୱପରିବେଶ ଦିବସ ଓ ଚାରା ରୋପଣ

ମାଲକାନଗିରି,୫ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସଂସ୍ଥା ପକ୍ଷରୁ କୋଭିଡ ନିୟମ ପାଳନ ସହ ବିଶ୍ୱ ପରିବେଶ ଦିବସ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ସ୍ଥାନିୟ ଅଲଓଡିଶା ମାର୍ଶଲ ଆର୍ଟ ଏକାଡାମୀ ଓ ମାଲ୍ୟବନ୍ତ ଛାତ୍ରବାସ ପରିସରରେ ଦେଶକିବାତ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଂଯୋଜକ କେ.ଦେଶି ରାଜୁ ଆଚାରୀ ଙ୍କ ନେତୃତ୍ୱରେ ବିଶ୍ୱପରିବେଶ ଦିବସ ଅବସରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା । ଏହି ଅବସରରେ ଆଓମାର ପ୍ରତିଷ୍ଟାତା ବିନାଶ କୁମାର ମିଶ୍ର,ସୁଶାନ୍ତ କୁମାର ସାମଲ,ରମ୍ୟରଜଂନ ପରିଡା,ଶଙ୍କର ସୋନି,ଆଓମା ର ଛାତ୍ର ଛାତ୍ରୀ ଅନ୍ୟାନ ପ୍ରକୃତି ପ୍ରେମୀ ମାନେ ଉପସ୍ଥିତ ଥିଲେ । ଅନୁରୁପ ଜିଲ୍ଲାଆଇନ ସେବା ପ୍ରାଧିକରଣ ସଂସ୍ଥା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଅନଲାଇନ ମାଧ୍ୟମରେ ବିଶ୍ୱପରିବେଶ ଦିବସ ପାଳିତ ହୋଇଛି,ଏଙି ଅବସରେ ପ୍ରଧାକିରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର କୃଷ୍ଣଚନ୍ଦ୍ର ନାୟକ,ଅଧ୍ୟାପକ ରଜଂନ କୁମାରସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପରିବେଶ ପଦୂଷଣ ,ସବୁଜ ଗୃହ ବାସ୍ପର ବୃଦ୍‌ଝଧି ଜଳବାୟୁ ତାପାୟନ ଜଳବାୟୁ ପରିବର୍ତିନ ଫଳରେ ପରିବେଶ ସନ୍ତୁଳିତ ହେବାସହିତ ମଣିଷ ସମାଜ ଅମ୍ଳଜାନ ପାଇବାରୁ ବଚିଂତ ହେଉଛନ୍ତି ବୋଲି ଆଲୋକ ପାତ କରିଥିଲେ । ଠିକ ସେହିପରି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଜିଲ୍ଲାଆବାହକ ତଥା ପୁବ ର୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପରିବେଶବିତ ରତ୍ନାକରଦାଶ ଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ବିଶ୍ୱବାସୀ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ,ଏହି ସମ୍ପଦକୁ ରକ୍ଷାକରିବା ଆମର ଦାଇତ୍ୱ,ବ୍ୟାପକ ବୃକ୍ଷରୋପଣ ସହିତ ପରିବେଶ ଭିତିକ କାର୍ଯ୍ୟକ୍ରମ କରିବା ଦରକାର, ସଭ୍ୟସମାଜର ଶିକ୍ଷିତବ୍ୟକ୍ତି ମାନେ ପ୍ରକୃତିକୁ ହିଁ ଧ୍ୱସଂ କରୁଛନ୍ତି,ନିଜର ସୁଖପାଇଁ ସବୁଜ ଜଙ୍ଗଲବଦଳରେ କଙ୍କ୍ରିଟ ସହର ଗଢୁଛନ୍ତି,ଧିରେ ଧିରେ ଜଙ୍ଗଲ ଧ୍ୱସଂ ହୋଇ ଜଳବାୟୁ ଦୁଷିତ ହୋଇ ପରିବେଶ ନଷ୍ଟ ହେଉଛି । ଜନସଂଖ୍ୟା ବୃଦ୍ଧିସହିତ ଶିଳ୍ପ ଓ ଯାନ୍ତ୍ରିକ ଯାନ ବାହନସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ୱାରା ଜଙ୍ଗଲକମୁଛି,ଆଜିର ସମୟରେ ସମସ୍ଥେ ବୃକ୍ଷରୋପଣ କରିବାର ଆବସ୍ୟକତା ରହିଛି ବୋଲି ଶ୍ରୀ ଦାଶ ବାର୍ତା ଦେଇ ବିଭିନ୍ନ ପ୍ରାକର ଔଷଧୀୟ ଚାରାରୋପଣ କରିଥିଲେ ।