Odiapua.com

ମାଲକାନଗିରି ଜିଲ୍ଲାରେ ବିଶ୍ୱପରିବେଶ ଦିବସପାଳନ,ସମୁହ ଚରାରୋପଣ

ମାଲକାନଗିରି,୫ା୬ (ଓଡିଆ ପୁଅ ) କରୋନା ପାଇଁ ନିରାଡମ୍ବର ସହକାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱପରିବେଶ ଦିବସ ପାଳିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲାପ୍ରଶାସନ ଓ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସ୍ଥାନିୟ ଶିଶୁ ଉଦ୍ୟାନ ପିରସର ରେ ପାଳିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ସମ୍ମାନିତ ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ ପ୍ରମୁଖ ଅଧିକାରୀ, ସ୍ୱେଚ୍ଛାସେବି ଅନୁଷ୍ଟାନର କର୍ମକର୍ତା, ସାମାଜିକ କର୍ମୀ ମାନେ ଯୋଗଦେଇ ମୁହଁରେ ମାସ୍କପିନ୍ଧି ସାମାଜିକ ଦୂରତା ରକ୍ଷା କରି ନିଜେ ନିଜେ ଗାତ ଖୋଳି ବିଭିନ୍ନ ଚାରା ରୋପଣ କରିଛନ୍ତି । ୧୯୭୩ ମସିହା ଜୁନମାସ ୫ତାରିଖ ଠାରୁ ପ୍ରତିବର୍ଷ ଏହି ଦିନ ନିରବ ଛିନ୍ନଭାବେ ବିଶ୍ୱ ପରିବେଶ ଦିବସ ରୂପେ ପାଳିତ ହୋଇଆସୁଛି , ବିଶ୍ୱବାସୀ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ,ଏହି ସମ୍ପଦକୁ ରକ୍ଷାକରିବା ଆମର ଦାଇତ୍ୱ,ବ୍ୟାପକ ବୃକ୍ଷରୋପଣ ସହିତ ପରିବେଶ ଭିତିକକାର୍ଯ୍ୟକ୍ରମ କରିବା ଦରକାର, ସଭ୍ୟସମାଜର ଶିକ୍ଷିତବ୍ୟକ୍ତି ମାନେ ପ୍ରକୃତିକୁ ହିଁ ଧ୍ୱସଂ କରୁଛନ୍ତି,ନିଜର ସୁଖପାଇଁ ସବୁଜ ଜଙ୍ଗଲବଦଳରେ କଙ୍କ୍ରିଟ ସହର ଗଢୁଛନ୍ତି,ଧିରେ ଧିରେ ଜଙ୍ଗଲ ଧ୍ୱସଂ ହୋଇ ଜଳବାୟୁ ଦୁଷିତ ହୋଇ ପରିବେଶ ନଷ୍ଟ ହେଉଛି । ଜନସଂଖ୍ୟା ବୃଦ୍ଧିସହିତ ଶିଳ୍ପ ଓ ଯାନ୍ତ୍ରିକ ଯାନବାହନ ସଂଖ୍ୟା ବଢିବାରେ ଲାଗିଛି । ଏହା ଦ୍ୱାରା ଜଙ୍ଗଲ ହ୍ରାସ ହେବାରେ ଲାଗିଛି,ଆଜିର ସମୟରେ ସମସ୍ତେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ । ପିଲାଟିଏ କୁ ଗଛଟିଏ ବୃକ୍ଷହିଁ ଜୀବନ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଜୀବନ ରକ୍ଷା ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାର ସମସ୍ତ କ୍ୱାରେଟାଂଇନ କେନ୍ଦ୍ର, ବିଦ୍ୟାଳୟ,ଅଙ୍ଗନଓ୍ୟର୍ଡି କେନ୍ଦ୍ର ଗୁଡିକରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି । ଅନୁରୁପ ଜିଲ୍ଲାଆଇନ ପ୍ରାଧିକରଣ ପକ୍ଷରୁ ବିଶ୍ୱପରିବେସ ଦିବସ ପାଳିତ ହୋଇ ଯାଇଛି, ଠିକ ସେହିପରି ଟିମ ଉଇକ୍ୟାନ ସଂସ୍ଥାପକ୍ଷରୁ ବିଶ୍ୱ ପରିବେଶଦିବସ ଅବସରେ ଚାରାରୋପଣ କାଯାଇଛି ।