Odiapua.com

ମାଲକାନଗିରି ଜିଲ୍ଲାରେ ବିଜୁ ଯୁବବାହିନୀର ରକ୍ଷକ ଓ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ମାଲକାନଗିରି,୧୪ା୧୦ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ବିଜୁ ଯୁବବାହିନୀ ପକ୍ଷରୁ ରକ୍ଷକ ତଥା ସଡକ ସୁରକ୍ଷା ଜନ ସଚେତନତା କାର୍ଯ୍ୟକ୍ରମ ବିଜୁ ଯୁବବାହିନୀର ଜିଲ୍ଲାସଂଯୋଜକ ବିନାଶକୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଆଦର୍ଶ ଥାନା ପରିସରରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ତହସିଲଦାର ଡ.ଗୁଣନିଧି ନାୟକ,ପୌରପରିଷଦ ନିର୍ବାହି ଅଧିକାରୀ ଏମ ନିଳକଠଂ ନାଇଡୁ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ଏମଭିଆଇ ଖଗେଶ୍ୱର ମୁର୍ମୁ,ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ ପ୍ରମୁଖ ଯୋଗଦେଇ ହେଲମେଟ ବ୍ୟବହାରକରିବା,ସିଟବେଲ୍ଟ ଲଗାଇବା,ଗାଡି କାଗଜ ପତ୍ର ଠିକ ଭାବେ ରଖିବା,ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ବନ୍ଦରଖିବା,ମଦ୍ୟପାନ କରି ଗାଡି ନଚାଳାଇବା, ଟ୍ରାଫିକ ନିୟମ ପାଳିବା , ସଡକ ସୁରକ୍ଷା ଜୀବନରକ୍ଷା ସଂପର୍କରେ କହିଥିଲେ । ଥାନା ପରିସରରେ ଏକ ଜନସଚେତନତା ସୋଭାଯାତ୍ରା ବାହାରି ସହରପରିକ୍ରମା କରି ରାସ୍ତାରେ ଯାତାୟତକରୁଥିବା ଦୁଇଚକିଆ,ଚାରି କିଆ ଯନା ଚାଳକ ମାନଙ୍କୁ ସଡକସୁରକ୍ଷା ସଂପର୍କରେ ବାର୍ତା ଦେଇ ଜନସଚେତନତା ସୃଷ୍ଟି କରିଥିଲେ । ବିଜୁ ଯୁବବାହିନୀ କ୍ରୀଡା ଓ ସଂସ୍କୃିତି ପରିଚାଳିକା ଜୟନ୍ତୀ ବୁରୁଦା,ଜିଲ୍ଲା ପୌରପରିଷଦ ବିଜୁଯୁବବାହିନୀ ସଂଯୋଜକ ସୋମେଶ ବାଘ,ଦେବା ସୋଡି, ରାମ ମାଡକାମି,ବଳରାମ ଭଜଂ,କେ.ହରିକିରଣ,ରାଧିକା ମାଝୀ, ଡି ମାଝୀ,ପ୍ରିୟଙ୍କା ବାଘ ଓ ଟିମ ଉଇକେନ ସଂସ୍ଥାର ଅମରେଶ କୁମାର ମହନ୍ତ, ମାନସ ସୁନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।