Odiapua.com

ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ଅତ୍ୟାଧୁନିକ ଡିଜିଟାଲ ସିନେମା ହଲ ଉଦଘାଟିତ

ମାଲକାନଗିରି,୬ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମଥରକରି ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଶୀତତାପ ନିୟନ୍ତ୍ରୀତ ଡିଜିଟାଲ ଜେମ୍ୟାକ୍ସ ସିନେମା ହଲକୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଓ ଏସପି ରିଶିକେଶ ଖିଲାରୀ ଡି ଆତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନି ଦିବସରେ ଜିଲ୍ଲାସଦର ମହକୁମାର ବିଶିଷ୍ଟ ବ୍ୟକ୍ତି ବିଶେଷ,ବୁଦ୍ଧିଜୀବୀ,ସାମ୍ବାଦିକ,ବରିଷ୍ଟ ନାଗରିକ ମାନେ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ବହୁଳ ଲୋକପ୍ରୀୟତା ହାସଲ କରିଥିବା ହାଉସଫୁଲ ଫୋର ହିନ୍ଧୀସିନେମା ଉକ୍ତ ପ୍ରେକ୍ଷାଳୟରେ ପ୍ରଦର୍ଶନ କରାଯାଇଥିଲା । ଉଦଘାଟନି ଉତ୍ସବ ଅବସରରେ ସମସ୍ତ ଦର୍ଶକ ମାନେ ଜିଲ୍ଲାପାଳ ଓ ଏସପି ଙ୍କ ସହିତ ବସି ମାଗଣାରେ ସିନେମା ଦେଖିବାର ସୁଯୋଗ ପାଇଥିଲେ । ରାଜ୍ୟର ୩୦ଟି ଜିଲ୍ଲାରେ ଜନସାଧରଣଙ୍କ ମନୋରଜଂନ ପାଇଁ ସିନେମା ହଲ ଥିବା ବେଳେ ଆନ୍ଦ୍ର ଛତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ସିନେମା ହଲଟିଏ ନଥିବାରୁ ଜିଲ୍ଲାବାସୀ ସୀମାନ୍ତ ଛତିଶିଗଡ ରାଜ୍ୟ ସୁକୁମା ଜିଲ୍ଲା ଓ ୧୧୦କିମି ଦୂର ଜୟପୁର ସହରକୁ ଯାଇ ସିନେମା ଦେଖୁଥିଲେ । ଜିଲ୍ଲାବାସୀଙ୍କ ମନୋରଜଂନ ନିମନ୍ତେ ଜିଲ୍ଲାସଦର ମହକୁମାର ଜେ.ଜଗଦିଶ ଓ ଜେ.ରାଜେଶ, ନାମକ ଶିକ୍ଷିତ ଯୁବକ ଦ୍ୱୟ ନିଜସ୍ୱ ଖର୍ଚରେ ଅତ୍ୟାଧୁନିକ ଶୈଳୀରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟଅଟକଳରେ ଶୀତ ତାପନିୟନ୍ତ୍ରୀତ ଡିଜିଟିଲ ଜେମ୍ୟାକ୍ସ ନାମରେ ଏକ ସିନେମା ହଲପ୍ରତିଷ୍ଟା କରି ଆଜି ଉଦଘାଟିତ କରିଥିବାରୁ ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇବାସହିତ ରାଜେଶ ଙ୍କ ଏହି କାର୍ଯ୍ୟକୁ ଭୂୟସି ପ୍ରସଂଶା କରିଛନ୍ତି । ଏହି ସିନେମା ହଲ ଉଦଘଟନ କରି ସିନେମା ହଲମାଲିକ  ଙ୍କୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ସିନେମା ହଲ ପରିଚାଳନା କରିବାସହିତ ମାତୃଭାଷା ଓଡିଆ ଓ ଆଚଂଳିକ ଭାଷାର ସିନେମା ପ୍ରଦର୍ଶନ ପ୍ରତି ଗରୁତ୍ୱ ଦେବାପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ବାଲ ପରାମର୍ଶ ଦେଇଥିଲେ ।