Odiapua.com

ମାଲକାନଗିରି ଜିଲ୍ଲାରେ ନିଯୁକ୍ତିମେଳା,୭୬୪ ବେକାରୀ ଙ୍କ ମଧ୍ୟରୁ ୨୦୪ଙ୍କୁ ନିଯୁକ୍ତି ଓ ୩୧୮ଜଣଙ୍କୁ ତାଲିମ ପାଇଁ ମନୋନିତ

ମାଲକାନଗିରି,୧୭ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରଶାସନ ଜିଲ୍ଲା ନିୟୋଜନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସ୍ଥାନୀୟ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଏହି ମେଳାରେ   ମାଲକାନଗିରି,କାଲିମେଳା, ପଡିଆ,ମାଥିଲି, କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ ସାତଟିଯାକ ବ୍ଲକରୁ ୭୬୪ଜଣ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ମାନେ ନିଜ ନିଜ ନାମପଜିଂକରଣ କରିଥିଲେ ।ସେମାନଙ୍କ ମଧ୍ୟରୁ ୨୦୪ଜଣଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି ନିମନ୍ତେ ନିଯୁକ୍ତିପତ୍ର ଦିଆଯିବା ସହିତ ୩୧୮ଜଣଙ୍କୁ ବିଭିନ୍ନ ସଂସ୍ଥାରେ ତାଲିମ ଦେବା ନିମନ୍ତେ ମନୋନୀତ କରାଯାଇଛି ।  ସ୍ପୋର୍ଟସ ଷ୍ଟାଡିୟମ ପରିସରରେ ମାଲକାନଗିରି ଜିଲ୍ଲାନିୟୋଜନ ଅଧିକାରୀ ହରିଶଚନ୍ଦ୍ର ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ମୁଖ୍ୟବକ୍ତା ଭାବେ ଓଏସଡିଏ ନୋଡାଲ ଅଫିସର ଏସ.ଭି,ଏନ.ରାଓ,ସମ୍ମାନିତ ଅତିଥି ଭାବେ ସରକାରି ପଲିଟେକନିକ କଲେଜର ଅଧ୍ୟକ୍ଷ ଅଶୋକ କୁମାର ଦାସ,ଜିଲ୍ଲାଶ୍ରମ ଅଧିକାରୀ ମଦନ ମଦନମୋହନ ପାଇକ,ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲ,ଜିଲ୍ଲାଅଚଂଳିକ ପରିବହନ ଅଧିକାରୀ ସନତକୁମାର ଜେନା,ସରକାରୀ ଶିଳ୍ପତାଲିମ କେନ୍ଦ୍ରର ଅଧ୍ୟକ୍ଷ ରାଜେଶ ତ୍ରୀପାଠୀ, ରାଜ୍ୟ ଯୁବବ୍ୟାପାର ସଂଯୋଜକ ସୋଭନ ଦାଶ ଯୋଗଦେଇ ଏହି ନିଯୁକ୍ତି ମେଳା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିକ୍ଷତ, ଅର୍ଦ୍ଦଶିକ୍ଷିତ ଯୁବକ ଯୁବତୀ ମାନେ ବିଭିନ୍ନ  କର୍ମନିୟୋଜନ ସଂସ୍ଥାରେ ନିଯୁକ୍ତି ପାଇ ନିଜେ ରୋଜଗାରକ୍ଷମ ହେବାସହିତ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବି କରିପାରିବେ ବୋଲି କହିଥିଲେ । ଏହି ନିଯୁକ୍ତି ମେଳାରେ ଚେନାଇ, ହାଇଦ୍ରାବଦ, ଆନ୍ଦ୍ରପ୍ରଦେଶ,ଭୂବନେଶ୍ୱର,କଟକ,ବ୍ରହ୍ମପୁୁର,ସହ ଅନ୍ୟାନ ରାଜ୍ୟରୁ ୯ଟି କର୍ମନୁଯୁକ୍ତି ସଂସ୍ଥା,୧୩ଟି ତାଲିମ ଓ ନିଯୁକ୍ତି ସଂସ୍ଥା ସହିତ ଏୟାର ଫୋର୍ସ,ଅଚଂଳକି ସଂସ୍ଥା. ଦିନଦୟାଲ ଉପାଧ୍ୟାୟ ସଂସ୍ଥା, ଜିଲ୍ଲାଶିଳ୍ପତାଲିମ କେନ୍ଦ୍ର,ସବ ର୍ମୋଟ ୨୨ଟି ସଂସ୍ଥା ଉପସ୍ଥିତ ରହି ଯୁବକ ଯୁବତୀ ମାନଙ୍କ ଦରଖାସ୍ତ ଗ୍ରହଣ କରି ସେମାନଙ୍କୁ ମନୋନୟନ କରିଥିଲେ । ଶେଷରେ ମାଲକାନଗିରି ନିୟୋଜନ କାର୍ଯ୍ୟାଳୟର ଗୁପ୍ତମାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୧୮ରୁ ୩୫ବର୍ଷ ମଧ୍ୟରେ ବେକାରୀ ଯୁବକ ଯୁବତୀମାନେ ଅଶଂଗ୍ରହଣ କରି ନିଜନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାସହ ତାଲିମ ପାଇଁ ବିବେଚିତ ହୋଇଛନ୍ତି ।