Odiapua.com

ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ,ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହଜାର କ୍ୱିଟାଂଲ ଧାନକ୍ରୟ ପାଇଁ ନିସ୍ପତି

ମାଲକାନଗିରି,୨୫ା୧୧ (ଓଡିଆ ପୁଅ )   ଆଜି ମାଲକାନଗିରି ଜିଲ୍ଲାରେ ଖରିପଚାଷର ଧାନମଣ୍ଡିର ସୁଭାରମ୍ଭ ହୋଇଛି,କୋରକୁଣ୍ଡା ବ୍ଲକସ୍ଥ ହାଟପଦା ଠାରେ ଜିଲ୍ଲାଯୋଗାଣ ଅଧିକରୀ ଅଭିମନ୍ୟୁମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଦଶକ ଲିଙ୍ଗରାଜପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱରପ୍ରଧାନ,କୋରକୁଣ୍ଡା ରଚାଂୟତ ସରପଚଂ ବଂଶୀଧର ମୁଦୁଲି,ବ୍ଲକ ଚେୟାରମେନ ସାବିତ୍ରୀ ପଡିଆମି ପ୍ରମୁଖ ଯୋଗଦେଇ ଧାନ ମଣ୍ଡିଉଦଘାଟନ କରିଥିଲେ ।  ଏହି ଅବସରରେ ନିୟନ୍ତ୍ରୀତ ବଜାରକମିଟି  କ୍ୱାଲିଟ କଂଟ୍ରୋଲର,ଯୋଗାଣ ବିଭାଗ କର୍ମଚାରି,ମିଲର, ଓ ଚାଷୀ  ମାନେ ଯୋଗ ଦେଇଥିଲେ । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତମୂଲ୍ୟ ଦେବାସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁନ୍ତି ସେଥିପ୍ରତି ଦୃଷ୍ଟିଦେବାପାଇଁ ମଚାଂସିନ ଅତିଥିମାନେ କହିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହଜାର କ୍ବିଣ୍ଟାଲ ଧାନ କ୍ରୟହେବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାରେ ଚଳିତବର୍ଷ ଖରିପ ଧାନସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଲକରେ ମୋଟ ୬୧ଟି ମଣ୍ଡିଖୋଲା ଯାଇଛି,ଚାଷୀମାନଙ୍କ ଠାରୁ ଅଣଜଳସେଚିତ ଜମିରୁ ଏକର ପିଛା ୧୩କ୍ୱିଟାଂଲ ଓ ଜଳସେଚିତ ଜମିରୁ ୧୯କ୍ୱିଟାଂଲ ଧାନ କ୍ରୟକରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିସ୍ପତି ନିଆ ଯାଇଛି । ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ମାଲକାନଗିରି, ମାଥିଲି,ଚିତ୍ରକୋଣ୍ଡା, ଖଇରପୁଟ,ସାତଟି ଯାକ ବ୍ଲକରେ ୬୧ଟି ମଣ୍ଡିରେ ଧାନ କ୍ରୟ କରା ଯିବାପାଇଁ ନିସ୍ପତି ନିଆଯାଇ ଲ୍ୟାମ୍ପସମାନଙ୍କୁ ଦାଇତ୍ୱ ଦିଆଯାଇଛ , ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ କୁଇଂଟାଂଲ ପିଛି ୧୭୫୦ଟଙ୍କା ଓ ଗ୍ରେଡ ଏ  କିସମ ଧାନ ୧୭୭୦ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି । ଖର୍ଚାନ୍ତ ହୋଇ ଚାଷୀମାନେ ଧାନ ମଣ୍ଡିକୁ  ଆସିବା ବଦଳରେ ଚଳିତ ବର୍ଷ ଚାଷୀମାନଙ୍କ ନିକଟରେ ମଣ୍ଡିପହଁଚିବ ବୋଲି ଜିଲ୍ଲାପାଳ ସୁଚନାଦେଇଥିଲେ । ଖରିପ ମଣ୍ଡି ନଭେମ୍ବର ମାସ ଠାରୁ ଏପ୍ରିଲ ମାସ୨୦୧୯ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରୟ ସରିବା ପର୍ଯ୍ୟନ୍ତ ଚାଲିବ , ମାଲକାନଗିରି ଜିଲ୍ଲାରୁ ଚୋରାବେପାରି ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନକ୍ରୟକରି ଯେପରି ବାହର ରାଜ୍ୟକୁ ଚାଲାଣ ନକରନ୍ତି ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗରହି ବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ମଣ୍ଡି ଖୋଲା ଯିବାପରେ ପରିସ୍ଥିତି ଦେଖି ଅଧିକ ଧାନକ୍ରୟ ଓ ମଣ୍ଡିସଂଖ୍ୟା ବୃଦ୍ଧି କରିବାର ବ୍ୟବସ୍ଥା କରା ଯିବବୋଲି ଜିଲ୍ଲାପାଳ ଚାଷିମାନଙ୍କୁ କିହିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ,ମିଲର,ଲ୍ୟାମ୍ପସ ପରିଚାଳକ ମାନେ ଯୋଗଦେଇଥିଲେ । ଠିକ ସେହିପରି ଆଜି ଏମଭି୧୧(ବାଟପାଲି),ତଣ୍ଡାପାଲି, ଚିତାପାରି, ମାରିଓ୍ୟାର୍ଡା, ଡୁଡାମେଟା, କିଆଙ୍ଗ,କାଲିମେଳ.ଗମ୍ଫାକୋଣ୍ଡା,ଗିରକାନପାଲି,କିଆଙ୍ଗ, ନାୟକଗୁଡା,ଭେଜାଗୁଡା, ଚିତ୍ରକୋଣ୍ଡା,ଠାରେ ଆଜି ଠାରୁ ମଣ୍ଡିଆରମ୍ଭ ହୋଇଥିବାର ଜଣାପଡିଛି ।