Odiapua.com

ମାଲକାନଗିରି ଜିଲ୍ଲାରେ ଜାଲନୋଟ କାରବାରରେ ୩ ଗିରଫ, ୩୪ ହଜାର ଟଙ୍କା ଜବତ

ମାଲକାନଗିରି, ୧୧ା୩ (ଓଡିଆ ପୁଅ ) ଜାଲନୋଟ କାରବାରରେ ପୁଲିସ ଆଜି ୩ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୩୪ ହଜାର ଟଙ୍କା ଜବତ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଏହି ଜାଲନୋଟ ବେପାରିଙ୍କୁ ପ୍ରଦର୍ଶନକରି ସେମାନଙ୍କ କାରନାମା ସଂପର୍କରେ ସୂଚନା ଦେଇଛନ୍ତି। ଗତକାଲି ମାଲକାନଗିରି ଥାନାସ୍ଥ ଏମଭି୧୩ ଗ୍ରାମର ମନୋରଞ୍ଜନ ମାଲାକାର(୨୬) ନାମକ ଜଣେ ବଙ୍ଗୀୟ ଯୁବକ ଜାଲ ନୋଟ କାରବାର କରୁଥିବାର ଖବର ପାଇ ପୁଲିସ ତାଙ୍କୁ ଗିରଫ କରିବାସହିତ ତାଙ୍କ ନିକଟରୁ ୧୪ ଟି ୨ ହଜାର ଟଙ୍କା, ୧୨ ଟି ୫୦୦ ଟଙ୍କା ମୋଟ ୩୪ ହଜାର ଟଙ୍କା ଜବତ କରିଥିଲେ। ଏ କାରବାରରେ ଆଉକିଏ ସଂପୃକ୍ତି ଅଛନ୍ତି ପଚରା ଉଚରା କରିବାରୁ ସେ କହିଥିଲେ ପାଣ୍ଡ୍ରିପାଣୀ ଗ୍ରାମର ପବିତ୍ର ମଣ୍ଡଳ(୨୬ ), ସୁକୁମା ଜିଲ୍ଲାର ସୁଜିତ ପାଣ୍ଡେ(୩୨), ଏମଭି୧୦୨ ଗ୍ରାମର ରାକେଶ ଦାସ, ଭାଗିଦାର ରହିଛନ୍ତି ବୋଲି ଗିରଫ ମନୋରଞ୍ଜନଙ୍କ ସୂଚନା ଅନୁସାରେ ପୁଲିସ ଯୋର ଦାର ତଦନ୍ତ ଆରମ୍ଭ କରିଦେଇଥିଲେ। ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଆଇଆଇସି ରଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରାଯାଇଥିଲା। ପବିତ୍ର ମଣ୍ଡଳ ଓ ସୁଜିତ ପାଣ୍ଡେଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ରାକେଶ ଫେରାର ହୋଇ ଯାଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉଜାରି ରହିଛି ଖୁବ ଶୀଘ୍ର ଫେରାର ରାକେଶକୁ ଗିରଫ କରାଯିବ। ଏହି ଜାଲ ନୋଟଗୁଡିକୁ କେବଳ ଗଜେଂଇ ଚାଷୀ ଓ ବେପାରି ମାନଙ୍କୁ ଦିଆଯାଇ ଥାଏ ବୋଲି ଗିରଫ ଯୁବକ ମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଚୋରା ଗଞ୍ଜେଇ ବେପାର ସାଙ୍ଗକୁ ଜାଲନୋଟ କାରବାର ଦିନକୁ ନିଦ ସକ୍ରୀୟ ହୋଇପଡିଛି। ବେଳୁହିଁ ସାବଧାନ ହୋଇ ଏହାକୁ ରୋକା ନଗଲେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚୋରା ବେପାରୀ ଓ ଜାଲନୋଟ କାରୋବାରୀଙ୍କ ଭୁସ୍ବର୍ଗ ପାଲଟି ଯିବା।