Odiapua.com

ମାଲକାନଗିରି ଜିଲ୍ଲାରେ ଜାଗର ଯାତ୍ରା ପାଇଁ କୋଭିଡ କଟକଣା ଲାଗୁହେଲା ।

ମାଲକାନଗିରି,୯ା ୩ (ଓଡିଆ ପୁଅ ) ଆସନ୍ତା୧୧ତାରିଖରେ ମହାଶିବରାତ୍ରି ଉତ୍ସବ ପାଳନ ହେବାକୁ ଯାଉଛି ,ସମଗ୍ର ବିଶ୍ୱରେ କୋରନା ମାହାମାରି ର ପାଦୃଭାବ କମି ନଥିବାରୁ ଏହି ଜାଗର ଯାତ୍ରାକୁ କୋଭିଡ କଟକଣା ମଧ୍ୟରେ ନିରାଡମ୍ବରରେ ପାଳନ କରିବା ପାଇଁ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ସମସ୍ତ ପୁଜାକମିଟି ଓ ପୁଜକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶିବରାତ୍ରୀ ଦିନ କେବଳ ପୁଜାକମଟି ସଦସ୍ୟ, ପୁଜକ ,ସେବାୟତ ମାନେ ୁମାସ୍କ ପରିଧାନ ସହିତ ସାମାଜିକ ଦୂରତା ଅବଲମ୍ବନ ସହ ଉପସ୍ଥିତ ରହି ପରମ୍ପରା ଅନୁସାରେ ପୁଜା ବିଧି କରିବେ । ଜାଗର ଯାତ୍ରା ସମୟରେ ମନ୍ଦିର ପିଠରେ ମିନାବଜାର ଯାନିଯାତ୍ରା,ନାଟପାର୍ଟି କୁ ବନ୍ଦକରିବା ସହ ଅର୍ନପ୍ରସାଦ ସେବନ ବ୍ୟବସ୍ତା କି ଭକ୍ତମାନଙ୍କ ଭିଡ ନକରିବା ପାଇଁ କୁହାଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମା ମାଲ୍ୟବନ୍ତ ପବ ର୍ତ ଶୀଖରେ ଥିବା ମଲ୍ଲିକେଶ୍ୱର ଶୈବ ପୀଠ ଓ ଛତିଶଗଡ ରାଜ୍ୟ ସୀମାନ୍ତ ପଦ୍ମଗିରି ପଚାଂୟତ ଜଦୁଗୁଡା ଠାରେ ଥିବା ବହୁପୁରାତନ ଜଟେଶ୍ୱର ମହାଦେବ ପୀଠରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ଭିଡଲାଗିଥାଏ, ବିଶେ,କରି ଛତିଶଗଡ ରାଜ୍ୟରୁ ଅନେକ ଭକ୍ତ ଏଠାକୁ ଆସିଥାନ୍ତି ।ଚଳିତ ବର୍ଷ କୋଭିଡ କଟକଣା ପାଇଁ ଛତିଶଗଡ ସୁକୁମା ଜିଲ୍ଲାପାଳଙ୍କୁ ମାଲକାନଗିରି ଜିଲ୍ଲାପାଳ ସୀମାନ୍ତ ବର୍ତି ଅଚଂଳରେ ଥିବା ଶୈବପୀଠ ଗୁଡିକରେ ଭକ୍ତମାନଙ୍କ ଭିଡ ନକିରବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାର ସମସ୍ତ ଶୈବପୀଠ ଗୁଡିକରେ ଜିଲ୍ଲାସ୍ତରୀୟ,ବ୍ଲକ ସ୍ତରୀୟ ଅଧିକାରୀ ଓ ପୁଲିସ ମାନଙ୍କୁ ମୁତୟନ କରାଯାଇ ପରିସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ଦିର ଗୁଡିକରେ ଭକ୍ତମାନଙ୍କ ଭିଡ ହେଲେ କରୋନା ସଂକ୍ରମଣ ର ଭୟ ଥିବାରୁ ଜାଗର ଯାତ୍ରାରେ କେବଳ ପୂଜକ,ସେବାୟତ ରହିବେ,୯ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଶୈବପୀଠକୁ ଭକ୍ତମାନଙ୍କୁ ବାରଣ କରାଯାଇଛି,ଭକ୍ତମାନେ ନିଜ ଘରେ ପୁଜାକରିବେ,କୌଣସି ଦୋକାନ ବଜାର,ମେଳା.ଯାନି ଯାତ୍ରା,ସଂସ୍କୃତିକ କାର୍ଯ୍ୟକ୍ରମ,ମିନାବଜାର ମନ୍ଦିର ସମ୍ମୁଖରେ କୋଲିବାପାଇଁ ନିଷିଦ୍ଧ କରାଯିବା ସହ ମନ୍ଦିରକୁ ଭକ୍ତମାନଙ୍କୁ ଯିବାପାଇଁ ବାରଣ କରାଯାଇଛି, ଏହି ନିୟମ ଉଲଘଂନ କଲେ ସେମାନଙ୍କ ବିରୋଧରେ ନିୟମ ଅନୁସାରେ ଦଣ୍ଡିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିଜୟ ପ୍ରେସ ନୋଟ ମାଧ୍ୟମରେ ଜନସାଧରଣଙ୍କୁ ଜଣାଇଛନ୍ତି ।