Odiapua.com

ମାଲକାନଗିରି ଜିଲ୍ଲାରେ ଜଣେ ନୁଆ କୋରାନା ଆକ୍ରାନ୍ତ ଚିହ୍ନଟ, ୨୬ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ସୁସ୍ଥ ୫ ଚିକିତ୍ସାଧିନ

ମାଲକାନଗିରି, ୧୪ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟହୋଇଛନ୍ତି। ଆକ୍ରାନ୍ତ ଯୁବକ ମହାରାଷ୍ଟ୍ର ପେରନ୍ତା, ସେ ପଡିଆବ୍ଲକର ଏସଏସଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି। ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା। ଏହାକୁ ଲଗାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଁଚିଲାଣି,  ଜିଲ୍ଲାରେ ୨୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୫ଜଣ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜିର ଆକ୍ରାନ୍ତ ପଡିଆ ଏସଏସଡି ହାଇସ୍କୁଲ କ୍ୱାରେଟାଂଇନ କେନ୍ଦ୍ର ରୁ ଚିହ୍ନଟ ହୋଇଥିବାରୁ ସେଠାରେ ପଡିଆ ବ୍ଲକ ବିଡିଓ ରଘୁନାଥ ମୁଣ୍ଡୁରୀ ଓ ଥାନା ଅଧିକାରୀ ପ୍ରଭାତକୁମାରକ ବେହେରା ପହଁଚି ସରପଚଂଙ୍କ ଦ୍ୱାରା ସେହି ସଙ୍ଗରୋଧ କେନ୍ଦ୍ରର ୧୦୦ମିଟର ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଭାବେ ଘୋଷଣା କରିଛନ୍ତି। ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି,  ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି, ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି।