ମାଲକାନଗିରି,୨୩ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣୀମା ଓ ବୋଇତ ବନ୍ଦାଣ ଉତ୍ସବ ଆଡମ୍ବର ସହକାରେ ଆଜି ସକାଳୁ ପାଳିତ ହୋଇଯାଇଛି ।ଆଜି ବଢିଭୋରରୁ ସତିଗୁଡା ଜଳଭଣ୍ଡାର,ବାଲିସାଗର,ବଣ୍ଡାବାକୁଲିଗୁଡା,ସପ୍ତଧାରା,ସିଲେରୁ, ସାବେରୀ ବିଭିନ୍ନ ନଦୀ ପୋଖରି ଓ ଜଳାଶୟ,ଗୁଡିକରେ ବୋଇତ ବନ୍ଦାଣଉତ୍ସବ ସହ କଦଳୀପଟୁଆ, ସୋଲରେ ନିର୍ମିତ ଡଙ୍ଗା କୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆ କା ମା ବୈ,ପାନଗୁଆ ଥୋଇ,ପାନଗୁଆ ତୋର ମାସକ ଧରମ ମୋର କହି ଜଳରେ ଡଙ୍ଗା ଗୁଡିକୁ ଭସାଇଥିଲେ । ଡଙ୍ଗାଭସାଣି ପରେ ବିଭିନ୍ନ ଦେବାଳୟ ମାନଙ୍କରେ ବୃଦ୍ଧବୃଦ୍ଧା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ପୁଜା ପାଠକରି ଦେବାଦେବିଙ୍କୁ ଦର୍ଶନକରିଥିଲେ । ମନ୍ଦିର ପରିସରରେ ଅଷ୍ଟପ୍ରହର,ଚବିଶ ପ୍ରହର,ବତିଶ ପ୍ରହର ନାମ ଯଜ୍ଞସଂଙ୍କିର୍ତନ ଗତକାଲିଠାରୁ ଠାରୁ ଆରମ୍ଭ ହୋଇଆଜି ଶେଷ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ ତିନିଠାକୁରଙ୍କ ରାଜାରାଜେଶ୍ୱର ଓ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡଲାଗିଥିଲା ।