Odiapua.com

ମାଲକାନଗିରି ଜିଲ୍ଲାରେ କଂଗ୍ରସ ଦଳର ପକ୍ଷରୁ ୬ଘଟିଂଆ ବନ୍ଦ ପାଳନ

ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଓ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଗିରଫ ଦାବିକରି ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ଜିଲ୍ଲସଦର ମହକୁମା ସହିତ ମାଲକାନଗିରି,କାଲିମେଳା, ପଡିଆ,କୋରକୁଣ୍ଡା,ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟିବ୍ଲକ ବିଭିନ୍ନ ସ୍ଥାନରେ ୬ଘଟିଂଆ ବନ୍ଦଡକାରା ଦିଆଯାଇଛି । ଜିଲ୍ଲାକଂଗ୍ରେସ ଦଳ କାର୍ଯ୍ୟାଳୟ ପରିସରରୁ ଆଜି ସକାଳ ୬ଟାରେ ଜିଲ୍ଲାସଭାପତି ଗୋବିନ୍ଦ ପାତ୍ର ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଲକଡାଉନ ନିୟମ ମାନି ସାମାଜିକ ଦୂରତା ରକ୍ଷାକରି ଏକସୋଭା ଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ । ଜୁନାଗଡ ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଓ ସରକାରଙ୍କ ନୀରବତା ପ୍ରତିବାଦରେ ଗୃହମନ୍ତ୍ରୀଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀ ଇସ୍ତପା ଦାବି କରି କଂଗ୍ରେସ କର୍ମୀ ଓ ନେତା ମାନେ ବସଷ୍ଟାଣ୍ଡ,ବାଲିମେଳା ଛକ,ସୁବାଷ ବୋଷ ଛକ,କଲେଜ ଛକ,ଡିଏନକେ ଛକ ସହ ବିଭିନ୍ନ ଛକ ଓ ମୁଖ୍ୟରାସ୍ତାରେ ପିକେଟିଂ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ୬ଘଟାଂ ଧରି ଯାନବାହନ ଚଳାଚଳ ବନ୍ଦ ରିହାବା ସହ ଦୋକାନ ବଜାର ଗୁଡିକ ବନ୍ଦରହିଥିଲା । ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମାନି ଏହି ବନ୍ଦକୁ ସହରବାସୀ ସ୍ୱତପ୍ରଭୁତ ଭାବେ ସମର୍ଥନ ଜଣାଇଛନ୍ତି, କାହିରିକୁ ଜୋର ଜବରଦସ୍ତ କରାଯାଇ ନଥିବାରୁ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଛନ୍ତି । ଏହି ସୋଭାଯାତ୍ରା ଓ ବିକ୍ଷୋଭରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ ମହିଳା ସଭାନେତ୍ରୀ ପୁସ୍ପାରାଣୀ ପଡିଆମୀ, ଜି.ଶ୍ରୀନିବାସ ରାଓ,ପର୍ଶୁରାମଭକ୍ତ,ଇର୍ମା ପଡିଆମୀ, ପଦ୍ମପାଙ୍ଗି, ପି.କେଶୁରାଓ, ପ୍ରଭାକର ପାଳ, ଏମ.ଚିନ୍ନାରାଓ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇଥିଲେ । ମାଲକାନଗିରି ସହରର ପ୍ରାୟ ସମସ୍ତ ଦୋକାନବଜାର,ପରିବା ମାର୍କେଟ ଗୁଡିକ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା ।ବସଷ୍ଟାଣ୍ଡରେ ଅଳ୍ପସଂଖ୍ୟକ ବସ ଓ ଯାନବାହନ ଗୁଡିକ ଚଳାଚଳ କରିଥିଲା,ସରକାରି ଅଫିସ ,ବ୍ୟାଙ୍କ ଗୁଡିକ ଖୋଲା ରହିଥିଲା । ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।