Odiapua.com

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସପାଳନ, ଶତପ୍ରତିଶତ ମତଦାନ ଦେବାନେଇ ସପଥ ପାଠ

ମାଲକାନଗିରି,୩ ।୧୨ (ଓଡିଆ ପୁଅ )  ମାଲକାନଗିରି   ଜିଲ୍ଲାସମାଜିକ ସୁରକ୍ଷା ,ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ,ଜିଲ୍ଲା ଆଇନ ସେବାପ୍ରାଧିକରଣ ଓ ଜିଲ୍ଲାସର୍ବଶିକ୍ଷା ଅଭିଯାନ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନିୟ ସଂସ୍କୁତି ଭବନ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରିଣୀ  ରାଧାମଣୀ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ସମ୍ମାନିତ ଅତିଥି ଭାବେ ଜିଲ୍ଲାଆଦିବାସୀ ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ,ବିଡିଓ ଗୁଣନିଧି ନାୟକ,ପୌରପରିଷଦ ନିର୍ବାହି ଅଧିକାରୀ ପ୍ରମୁଖ ଯୋଗାଦେଇ ଜଗତର ନାଥ ଜଗନ୍ନାଥ ନିଜେ ଭିନ୍ନ କ୍ଷମ ହୋଇ ଥିଲେ ମଧ୍ୟ ସେ ସମଗ୍ର ଜଗତକୁ ଚଳାଇପାରୁଛନ୍ତି ,କେବେବି କାହକୁ ଭିନ୍ନକ୍ଷମ ବୋଲି ଭାବି ଘୃଣାକରିବା ଉଚିତ ନୁହଁ, ସେମାନେ ମଧ୍ୟ ସାଧରଣ ମଣିଷ ପରି ,ସେମାନଙ୍କୁ ଶିକ୍ଷା,ତାଲିମ,ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରତି ଗୁରୁତ୍ୱ ଦେବା ଦରକାର,ସେମାନଙ୍କର ନିରନ୍ତର ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ ବୈଷୟିକ ଶିକ୍ଷାକୁ ଗୁରତ୍ୱ ଦେଇ ଭିନ୍ନ କ୍ଷମ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦରକାର ବୋଲି ମଚାଂସିନ ଅତିଥି ମାନେ ମତ ଉପସ୍ଥାପନ କରିଥିଲେ । ଏହି ଅବସରେ ଜିଲ୍ଲାପାଳ ଶ୍ରୀ ଆଗ୍ରଓ୍ୟାଲ ଆସନ୍ତା ନିର୍ବାଚନରେ ଶତପ୍ରତିଶତ ମତଦାନ କରିବା ପାଇଁ ସମସ୍ଥଙ୍କୁ ସପଥପାଠ କରାଇ  ଇଭିଏମ ମେସିନ ପ୍ରଦର୍ଶନ କରି ତାର ବ୍ୟବହାର ସଂପର୍କରେ ସୁଚନାଦେଇଥିଲେ । ଏହି ଉତ୍ସବରେ ନାୟକଗୁଡା ସ୍ଥ ସ୍ୱତନ୍ତ୍ର ଭିନ୍ନ କ୍ଷମ ବିଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରା ମାନେ ପ୍ରାରମ୍ଭିକ ସଂଗୀତ ଗାନକରିଥିଲେ । ମାଲକାନଗିରି  ସାତଟି ଯାକ ବ୍ଲକର ଶତାଧିକ ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ଓ ଭିନ୍ନକ୍ଷମ ମାନେ ଅଶଂଗ୍ରହଣ କରିଥିଲେ । ଅପରାହ୍ନରେ ସେମାନଙ୍କ ମଧ୍ୟରେ ସଂଗୀତ,ନୃତ୍ୟ,ପ୍ରବନ୍ଧ, ବକୃତା,ଚିତ୍ରାଙ୍କନ,ହୁଇଲ ଚେୟାର,ଟ୍ରାୟସାଇକେଲ ପ୍ରତି ଯୋଗୀତା କରା ଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱହାସଲ କରିଥିବା ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଅପରାହ୍ନରେ ପୁରସ୍କାର ଓ ମାନପତ୍ରପ୍ରଦାନ କରା ଯାଇଥିଲା । ଭିନ୍ନ କ୍ଷମ ଛାତ୍ର ଛାତ୍ରୀ ମାନେ ବେସ ଚମତ୍କାର ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଜଂନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।