Odiapua.com

ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୯ ବିଏସଏଫ ଯବାନଙ୍କ ସମତେ ୩୬ କରୋନା ସଂକ୍ରମିତ ଚିହ୍ନଟ

ମାଲକାନଗିରି,୩୦ା୬(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇଚାଲିଛି । ଆଜି ଜିଲ୍ଲାରେ ପୁଣି ୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨୯ଜଣ ବିଏସଏଫ ଯବାନ ମାଲ୍ୟବନ୍ତ ଛାତ୍ରାବାସ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୪ଜଣ ଏମଭି୭ କ୍ୱାରେଟାଂଇନ କେନ୍ଦ୍ରରେ ଥିବା ତାମିଲନାଡୁ,ଦିଲ୍ଲୀ ଫେରନ୍ତା ପ୍ରବାସୀ ଓ ଅନ୍ୟ ୩ଜଣ କୋରକୁଣ୍ଡା ବ୍ଲକ ସ୍ଥ ଏମଭି୧୨ଗ୍ରାମର ଗୋଟିଏ ପରିବାର ସେମାନେ ଦିଲ୍ଲୀରୁ ଫେରି ହୋମକ୍ୱାରେଟାଂଇନ ରେ ଥିବାର ଜଣପଡିଛି । ବିଶେଷ କରି ମାଲକାନଗିରି ମାଲ୍ୟବନ୍ତ ଛାତ୍ରବାସ କ୍ୱାରେଟାଂଇନ କେନ୍ଦ୍ରରେ ଥିବା ବିହାର,ଝାଡଖଣ୍ଡ,କର୍ଣ୍ଣାଟକ,ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତରପ୍ରଦେଶ,ପଶ୍ଚିମବଙ୍ଗ ରାଜ୍ୟରୁ ଛୁଟିରେ ଫେରିଥିବା ୨୯ଜଣ ବିଏସଏଫ ଯବାନ ଚିହ୍ନଟହୋଇ ଥିବାର ଜଣାପଡିଛି । ଗତ ତିନି ଦିନମଧ୍ୟରେ କେବଳ ୩୫ ଜଣ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ମାଲ୍ୟବନ୍ତ ଛାତ୍ରବାସ ଓ ଏମଭି୭ ସଙ୍ଗରୋଧ କେନ୍ଦ୍ର ସହିତ ଏମଭି୧୨ ଗ୍ରାମକୁ ତହସିଲଦାର ଡ.ଗୁଣନିଧି ନାୟକ ଓ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ନିଷିଦ୍ଧାଚଂଳ ଘୋଷଣା କରିଛନ୍ତି । ଆଜିର ୩୬ଜଣ ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୯୬ ରେ ପହଁଚିଗଲାଣି,ସେଥିମଧ୍ୟରୁ ୫୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୪୪ ଜଣ ସଂକ୍ରମିତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପ୍ରସାସନ ସୁତ୍ରରୁ ଜଣାପଡିଛି । ଆଜିର ସଂକ୍ରମଣ ମାନଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଯାଇଛି ,ଏମଭି୧୨ ଗ୍ରାମର ହୋମକ୍ୱାରେଟାଂଇନ ରେ ଥିବା ଦିଲ୍ଲୀଫେରନ୍ତା ଚିହ୍ନଟ ଆକ୍ରାନ୍ତ ପରିବାର ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କେବଳ ଜିଲ୍ଲାସଦର ମହକୁମା ମାଲ୍ୟବନ୍ତ ଛାତ୍ରବାସ ସଙ୍ଗରୋଧ କେନ୍ଦ୍ରରୁ ୩୫ଜଣ ବିଏସଏଫ ଯବାନ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସେଠାରେ ଥିବା ବସ୍ତିବାସିନ୍ଦା ମାନେ ଭୟଭିତ ହୋଇପଡିଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ,ଲକଡାଉନ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।