Odiapua.com

ମାଲକାନଗିରି ଜିଲ୍ଲାରେ ଅଘୋଷିତ ଲକ୍ ଡାଉନ୍‌,ହୋଟେଲ ଦୋକାନ ବଜାର ବନ୍ଦ, ଆନ୍ତରାଜ୍ୟ ବସଚଳାଚଳ ଉରପରେ ରୋକ

ମାଲକାନଗିରି,୨୩ା୩ (ଓଡିଆ ପୁଅ ) ଭୟଙ୍କର ରୂପନେଇ କାୟାବିସ୍ତାର କରିଚାଲିଛି ମହାମାରୀ କରୋନା,ସମଗ୍ର ବିଶ୍ୱରେ କରୋନା ର ଭୟାବହ ସୃଷ୍ଟି ହୋଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି । ଆଜି ଠାରୁ ୩୧ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ଅଘୋଷିତ ଲକ୍ ଡାଉନ୍ ଘୋଷଣା କରାଯାଇ ଅତ୍ୟାବସକ୍ୟ ସାମଗ୍ରୀ ଦୋକାନକୁ ଛାଡି ହୋଟେଲ.ଜଳଖିଆ ଅନ୍ୟାନ ଦୋକାନ ବାଜାର ଗୁଡିକୁ ବନ୍ଦକରାଯାଇଛି । ମାଲକାନଗିରି ଜିଲ୍ଲାକୁ ଆସୁଥିବା ଓ ଜିଲ୍ଲାରୁ ବାହାର ରାଜ୍ୟକୁ ଚଳାଚଳକରୁଥିବା ଆନ୍ତରାଜ୍ୟ ବସଗୁଡିକ ଆଜି ଠାରୁ ବନ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା,ବିଜୟନଗରମ,ହାଇଦ୍ରାବାଦ,ଛତିଶଗଡ ରାଜ୍ୟ ଜଗଦଲପୁର,ରାଇପୁର, ଆନ୍ଦ୍ରପ୍ରଦେଶ ଦେଇ ଭୁବନେଶ୍ୱର, ବ୍ରହ୍ମପୁର, ଭଜଂନଗର କୁ ଚଳାଚଳା କରୁଥିବା ୨୧ଟି ଆନ୍ତରାଜ୍ୟ ବସ ଚଳାଚଳ ଉପରେ ରୋକ ଲଗାଯାଇଛି । ସହର ବାସୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ଆଜି ତହସିଲଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଂଠ ନାଇଡୁ ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ ଆନ୍ୟାନ ଅଧିକାରୀ କିଛି ସମାଜ ସେବୀ ମାନେ ବିଭିନ୍ନ ଦୋକାନ ବଜାର ବୁଲି କେବଳ ଔଷଧ,ଡାଲିଚାଉଳ ତେଜରାତୀ ଦୋକାନ ଓ ପନିପରିବା ଦୋକାନ କୁ ଛାଡି ହୋଟେଲ, ଜଳଖିଆ ଓ ଅନ୍ୟାନ ଦୋକାନଗୁଡିକ ବନ୍ଦରଖିବା ପାଇଁ ପରାମର୍ଶ ଦେଇଥିଲେ । କରୋନା ସଂକ୍ରମଣ ନ ହେବାପାଇଁ ବ୍ୟବସାୟୀ ମାନଙ୍କୁ ବୁଝାଇବା ସହିତ ଡାକବାଜି ଯନ୍ତ୍ରଦ୍ୱାରା କରୋନା ଭାଇରସ ଠାରୁ ଦୁରରେ ରହି କୌଣସି ସ୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ଭଲଭାବରେ ହ୍ୟାଣ୍ଡ ଓ୍ୟାସ,ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ନାମପଜିଂକରଣ କରନ୍ତୁ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ,ବାହାରକୁ ଗଲେ ରୁମାଲ, ଟିସୁପେପର ବ୍ୟବହାର କରି ସାନିଟାଇଜ ବା ଜୀବାଣୁ ନିଷୋଧକ ବ୍ୟବହାର କରି ବାରମ୍ବାର ହାତ ଧୁଅନ୍ତୁ, ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ଜନସଚେତନତାରା ବାର୍ତା ଦେଇଥିଲେ । ଜିଲ୍ଲାପ୍ରଶାସନର ବାର୍ତାକୁ ସମ୍ମାନ ଜଣେଇ କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ସମସ୍ତ ହୋଟେଲ,ଜଳଖିଆ ଦୋକାନ ସହିତ ଅନ୍ୟାନ ଦୋକାନ ବଜାର ଗୁଡିକ ବନ୍ଦ ହୋଇଯାଇଥିଲା । ଗତ କାଲିଠାରୁ ମାଲକାନଗିରି ସହରରେ ହୋଟେଲ,ଜଳଖିଆ ଦୋକାନଗୁଡିକ ବନ୍ଦ ହୋଇଯାଇଥିବାରୁ ଏକୁଟିଆ ରହୁଥିବା ସରକାରି କର୍ମାଚାରୀ ଓ ବିଭିନ୍ନ ଜରୁରୀ କାମରେ ଦୂରଦୁରାନ୍ତରୁ ଆସୁଥିବା ଲୋକମାନେ ଖାଇବା ପାଇଁ ମିଲ୍ସ କିମ୍ବା ଜଳଖିଆ ପାଉନଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ।