Odiapua.com

ମାଲକାନଗିରି ଜିଲ୍ଲାରୁ ୨୬୭୦ଟି ନମୁନା ସଂଗ୍ରହ,୩ଟି ପଜେଟିଭ,୨୧୨୧ଟି ନେଗେଟିଭ

ମାଲକାନଗିରି,୨୧ା୫( ଓଡିଆ ପୁଅ ) ଭୟା ବହ କରୋନା ମହାମାରି ପାଇଁ ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ନମୁନା ସଂଗ୍ରହ କେନ୍ଦ୍ର ଓ କ୍ୱାରେଟାଂଇନ କେନ୍ଦ୍ର ଗୁଡିକ ରୁ ଇତି ମଧ୍ୟରେ ୨୬୭୦ ଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ଭୁନେଶ୍ୱରକୁ ପଠାଯାଇଥିଲା । ୨୧୨୪ଟି ନମୁନା ରିପୋର୍ଟ ଜିଲ୍ଲାପ୍ରଶାସନ ନିକଟରେ ପହଁଚିଛି ,ସେଥିମଧ୍ୟରୁ ୩ ଜଣଙ୍କର ପଜେଟିଭ ରିପୋର୍ଟ ଆସିଥିବା ବେଳେ ୨୧୨୧ ଟି ନମୁନା ନେଗିଟିଭ ରିପୋର୍ଟ ଆସିଛି । ଅନ୍ୟ ୫୪୬ ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନଥିବାର ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ମାଲକାନଗିରି ଜିଲ୍ଲାରେ ଚେନେଇ ଫେରନ୍ତା ଗୋଟିଏ ପରିବାର ମଧ୍ୟରୁ ଗତ ଦୁଇଦିନ ମଧ୍ୟରେ ତିନିଜଣ କରୋନା ଆକ୍ରାନ୍ତ ଙ୍କୁ ଚିହ୍ନଟ କରାଯାଇଛି । କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଏଥିରି କେହି ଭୟ କିମ୍ବା ଆତଙ୍କିତ ହେବାର ନାହିଁ, ଲକଡାଉନ ନିୟମକୁ ଠିକ ଭାବେ ପାଳନ କରି ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା ଆଦି ଜନ ସଚେତାନତାର ବାର୍ତା ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାବାସୀଙ୍କୁ ଦେବା ସହ ରାଜ୍ୟଫେରନ୍ତା ଶ୍ରମିକ ମାନଙ୍କୁ ଡାକ୍ତରି ପରୀକ୍ଷା ସହ ସ୍କ୍ରିନିଂ କରାଯାଇ ୧୪ଦିନ ରୁ ୨୧ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ଗୃହରେ ରଖାଯାଉଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।