Odiapua.com

ମାଲକାନଗିରି ଜିଲ୍ଲାରୁ ଆଜି ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ସମସ୍ତ ଆକ୍ରାନ୍ତ ମାଲକାନଗିରି ପୌରପାଳିକାରୁ

ମାଲକାନାଗିରି ୨୬-୭ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାରୁ ଆଜି ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସମସ୍ତ ଆକ୍ରାନ୍ତ ମାଲକାନଗିରି ପୌରପାଳିକାର ବୋଲି ଜିଲ୍ଲା ପ୍ରକାଶନ ସୂଚନା ଦେଇଛି।

୧୨ ଟି ନୂଆ ମାମଲା ପୂର୍ବ ପଜିଟିଭଙ୍କର ସମ୍ପର୍କୀୟ, ୨ଟି ମାମଲା ଫ୍ଲୁ ଏବଂ ଜ୍ୱର ଲକ୍ଷଣରୁ ଟେଷ୍ଟ କରାଯିବା ପରେ ଜଣାପଡ଼ିଥିବା ବେଳେ ଗୋଟିଏ କେସ୍ SUM ହସ୍ପିଟାଲ୍, BBSR ରେ ଚିକିତ୍ସା ଚାଲିଛି ବୋଲି ମାଲକାନଗିରି କଲେକ୍ଟର ସୂଚନା ଦେଇଛନ୍ତି।

ତେବେ ସକ୍ରିୟ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଯୋଗାଯୋଗ କରାଯାଉଛି।

ମାଲକାନଗିରିରେ ୩୯୬ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୫ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୪୧ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଯେଗ୍ୟଯେ, ରାଜ୍ୟରେ ଆଜି ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୩୮୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ମଧ୍ୟ ରେକର୍ଡ଼ ସଂଖ୍ୟକ ମୃତ୍ୟୁ ହୋଇଛି। ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି।
ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧାରୁ ୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।